ଗ୍ୟାସ୍ ଟାଙ୍କି ଭିତରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର।

କୁଜଙ୍ଗ ତା 6/12/2024:ସେପ୍ଟି ଅଭାବରୁ ଚାଲିଗଲା ଏକ ନୀରିହ ଜୀବନ।କାନ୍ଦ ବୋବାଳିରେ ଧର୍ଯ୍ୟ ହରା ହୋଇଗଲେ ପରିବାର ଲୋକେ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳଦଣ୍ଡା ନିକଟରେ ବିପିସିଏଲ୍ ପାଇପ୍ ଲାଇନ୍ ଲିକ୍ ହୋଇଥିବା ବେଳେ ରିପାୟରିଂ କରିବାକୁ ଯାଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ତେବେ ମୃତ ଯୁବକ ଜଣକ ବିଜୟଚାନ୍ଦ ପୁର ଅଞ୍ଚଳର ହରିପଦ ଗାଇନଙ୍କ ୨୨ବର୍ଷୀୟ ପୁଅ ପରିମଲ୍ ଗାଇନ୍ ବୋଲି ଜଣାପଡିଛି।ମାତ୍ର ବିପିସିଏଲ୍ କମ୍ପାନୀର ଗ୍ୟାସ୍ ପାଇପ୍ ଲାଇନ୍ ପାରାଦ୍ଵୀପରୁ କଟକ ଅଭିମୁଖେ ଯାଇଥିବା ବେଳେ ତାଳଦଣ୍ଡା ନିକଟରେ ଗ୍ୟାସ୍ ଲିକ୍ ହୋଇଥିଲା। ରିପାୟାରିଂ କରିବାକୁ ଆସିଥିବା ୨୨ବର୍ଷୀୟ ଯୁବକ ପରିମଲ୍ ଗାଇନ୍ ଟାଙ୍କି ଭିତରକୁ ଖସି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା।ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ପରିମଲ୍ ଗାଇନଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରିଥିଲେ।ତେବେ ଏପରି ବିପଦ ଜନକ କାର୍ଯ୍ୟକୁ କମ୍ପାନୀ କତୃପକ୍ଷ ବିନା ସେପ୍ଟିିରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଉଛନ୍ତି ନାଁ ଠିକାଦାର ବିନା ସେପ୍ଟିିରେ ଶ୍ରମିକ ମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି ତାହା ଉପରେ ସେପ୍ଟିି ଅଫିସର୍ ଧ୍ୟାନ ଦେବାକୁ ସାଧାରଣରେ ଦାବୀ କରାଯାଇଛି। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ hrtv ଓଡ଼ିଆ

You might also like