ଚନ୍ଦାହାଣ୍ଡି ବ୍ଳକ୍ ସ୍ରରୀୟ ମଣ୍ଡେଇ କାର୍ଯ୍ୟ କ୍ରମରେ ଆଞ୍ଚଳିକ କଳାକାର ମାନଙ୍କ ଅସନ୍ତୋଷ ମଞ୍ଚକୁ ପାଦ ଦେଲେନି

ଚନ୍ଦାହାଣ୍ଡି ତା ୦୯/୨୦୨୫(ନି:ପ୍ର) କଳା ପରିବେଷଣ ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣର ଅନୁଷ୍ଠାନ ମାଧ୍ୟମରେ ଅନୁଷ୍ଠିତ ମଣ୍ଡେଇ କାର୍ଯ୍ୟକ୍ରମରେ ଆଜି ଅଞ୍ଚଳର ଆଞ୍ଚଳିକ କଳାକାର ମାନେ ମଞ୍ଚକୁ ତ୍ୟାଗ କରି କଳା ପରିବେଷଣ ନକରି ନିଜ ନିଜ ଘରକୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା l ତେବେ ଆଜି ପ୍ରଶାସନ ତରଫରୁ ଏକ ରଙ୍ଗମଞ୍ଚ ଆୟୋଜନ କରିଥିବା ବେଳେ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ କଳାକାର ଙ୍କ ପାଇଁ ସମର୍ପିତ ଥିବାବେଳେ ଆଜି ଏହାର ଓଲଟା ରୂପ ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭ ହେବାରେ ଅତି ବିଳମ୍ବ ହେବା ସହ ସ୍ଥାନୀୟ ଆଞ୍ଚଳିକ କଳା ଓ ସଂସ୍କୃତି କୁ ମଞ୍ଚ ମାଧ୍ୟମରେ ଲୋକଙ୍କୁ କିଛି ଶିକ୍ଷା ଦେବା ପାଇଁ ଆସିଥିବା କଳାକାର ମାନେ କଳା ପରିବେଷଣ କରିବାକୁ ଆସି ଅପେକ୍ଷା କରି ନୟାନ୍ତ ହୋଇ ଶେଷରେ ନିଜନିଜ ଦଳକୁ ଧରି ଫେରି ଯାଇଥିବା ଦେଖିବାକୁ ମିଳିଥିଲା l

ତେବେ ଏ ନେଇ ଆମ ଗଣମାଧ୍ୟମ ପ୍ରତିନିଧି ଏଭଳି ଅପ୍ରୀତିକର ଘଟଣା ସମ୍ୱନ୍ଧରେ ପ୍ରତିକ୍ରିୟା ଲୋଡ଼ି ଥିଲେ ତେବେ ଆଜି ବ୍ଲକ ପ୍ରଶାସନ କଳାକାର ମାନଙ୍କୁ ଡାକି ମଞ୍ଚରେ କଳା ପରିବେଷଣ କରିଵାକୁ ଗୁରୁତ୍ୱ ନଦେଇ ମଞ୍ଚରେ ମଞ୍ଚାସିନ କରାଇ ଘଣ୍ଟା ଘଣ୍ଟା ଭାଷଣ କାର୍ଯ୍ୟକ୍ରମ ଜାରି ରହିଥିବା ଦେଖି ବିରକ୍ତ ହୋଇ ମଞ୍ଚକୁ ନଯାଇ ଫେରି ଯାଉଥିବା ନେଇ ପ୍ରକାଶ କରିଥିଲେ l ତେବେ ଏନେଇ ଫେରି ଯାଉଥିବା କଳାକାର ଙ୍କୁ ବୁଝାଇ ମଞ୍ଚକୁ ଆଣିବାକୁ ଯାଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଅସଫଳ ହୋଇ ଫେରିଥିବା ବେଳେ ମଞ୍ଚରେ କେବଳ କିଛି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କଳା ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା l ତେବେ ଆଞ୍ଚଳିକ କଳାକାର ସଙ୍ଘର କର୍ମକର୍ତ୍ତା ମୋହନ ମୁଣ୍ଡ, ପତିରାମ ଜୁଏଡ଼, ଲଛୀନ ବାଘ, ଅଭିମନ୍ୟୁ ବାଘ, ଲୋକନାଥ ପୂଜାରୀ, ଲବାର ଗୌଡ଼ ସମେତ ବିଭିନ୍ନ ଅନୁଷ୍ଠାନର ବ୍ଲକକଳା ସଙ୍ଘର କର୍ମକର୍ତ୍ତାଙ୍କ ସହ କୌଣସି ସମନ୍ୱୟ ନଥିବା ବେଳେ ଆଞ୍ଚଳିକ କଳାକାରଙ୍କ କଳା ପରିବେଷଣ ପ୍ରତି କୌଣସି ଗୁରୁତ୍ୱ ଦିଆଯାଇ ନଥିବା ନେଇ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ l ତେବେ ଏନେଇ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ବେଳେ ସେ କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା କିନ୍ତୁ ମଞ୍ଚରେ ସଭା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଅପେକ୍ଷାରତ କଳାକାର ମାନେ ଅପେକ୍ଷା କରି ଚାଲି ଯାଇଥିଲେ କିନ୍ତୁ ଆମ ଅନୁଷ୍ଠାନ ସମସ୍ତ କଳାକାରଙ୍କୁ ସୁଯୋଗ ଦେବା ପାଇଁ ପ୍ରୟାସ କରାଯାଇଥିଲା, ତେବେ ଆମ ତରଫରୁ କାହାରିକୁ ଅଣଦେଖା କରାଯାଇ ନାହିଁ ବୋଲି କହିଥିଲେ l ତେବେ ମଣ୍ଡେଇ ଭଳି ଏକ କଳା ପ୍ରତିଭାର ଅନ୍ୱେଷଣ ମୂଳକ କାର୍ଯ୍ୟକ୍ରମ ଯେଉଁଥିରେ କି ଲୁକ୍କାୟିତ କଳା ଓ ସଂସ୍କୃତିର ଉଦ୍ଧାର ପାଇଁ ପ୍ରଶାସନ ଗୁରୁତ୍ୱ ଦେବା ବଦଳରେ ଏକ ସଭା ମାଧ୍ୟମରେ କଳା ପରିବେଷଣ ପରିବର୍ତ୍ତେ ରାଜନୈତିକ ଦଳର ନେତାଙ୍କ ଅଭିଭାଷଣ କୁ ଗୁରୁତ୍ୱ ଦେବା କେତେ ଦୂର ଠିକ ବୋଲି ଆଞ୍ଚଳିକ କଳାକାର ବୃନ୍ଦ ପ୍ରଶ୍ନ ଉଠାଇଛନ୍ତି l ଆଗକୁ କୌଣସି ସରକାରୀ କାର୍ଯ୍ୟକ୍ରମ ରେ କଳାକାର ମାନେ ଯୋଗ ଦେବେ ନାହିଁ ଏବଂ ସମସ୍ତ ସରକାରୀ ରଙ୍ଗମଞ୍ଚ କାର୍ଯ୍ୟକ୍ରମକୁ ବୟକଟ କରାଯିବ ବୋଲି ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି l