ଚନ୍ଦାହାଣ୍ଡି ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଚନ୍ଦାହାଣ୍ଡି ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ତା -୧୨/୧୧( ନି.ପ୍ର ) ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗ ଚନ୍ଦାହାଣ୍ଡି ତରଫରୁ ପାନାବେଡା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଏକ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଚନ୍ଦାହାଣ୍ଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ରୂପେ ଅକାଳୁ ଚରଣ ଜାଲି, ବିଧାୟକ ପ୍ରତିନିଧି ରୂପେ ଶ୍ୟାମସୁନ୍ଦର ମାଝୀ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ବର୍ଷାରାଣୀ ପଟେଲ, ଜିଲ୍ଲା ମତ୍ସ୍ଯ ବିଭାଗ ଅଧିକାରୀ ବିଷ୍ନୁଚରଣ କିସାନ, ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ରାଧେଶ୍ୟାମ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦାହାଣ୍ଡି ଚଇନୁ ଗଣ୍ଡ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସରକାର ଚାଷୀମାନଙ୍କୁ ପ୍ରଦାନ କରୁଥିବା ସେବା, ବିଭିନ୍ନ ଯୋଜନା କୁକୁଡ଼ା, ଛେଳି, ମେଣ୍ଢା, ଗାଈ, ଘୁଷୁରୀ, ବତକ, ଇତ୍ୟାଦି ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ଉପସ୍ଥିତ ସମସ୍ତ ଚାଷୀଙ୍କୁ ଅବଗତ କରାଯାଇଥିଲା l ବିଶେଷକରି ମାଛ ଚାଷ କରି ଚାଷୀ ଅଧିକରୁ ଅଧିକ ଲାଭବାନ ହେବା ପାଇଁ ମତ୍ସ୍ୟ ବିଭାଗ ତରଫରୁ ପୋଖରୀ ଖନନ କରି ଯାଆଁଳା ଛାଡ଼ି ଚାଷୀ ସ୍ୱାବଲମ୍ବୀ ହେବା ପାଇଁ ମଞ୍ଚାସିନ ଅତିଥି ଓ ଅଧିକାରୀ ମାନେ କହିଥିଲେ l ତେବେ ଆଜି ଅଞ୍ଚଳର ଅନେକ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟିକା ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କିଛି ଚାଷୀଙ୍କୁ ମାଛ ଧରା ଜାଲ, ସହ ବିଭିନ୍ନ ଚାଷୀ ଉପକରଣ ମାନ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା l ମେଳାରେ ବିଭାଗ ତରଫରୁ ଅନେକ ଷ୍ଟଲ ଖୋଲାଯାଇ ଚାଷିଙ୍କୁ ଚାଷ ସମ୍ବନ୍ଧରେ ସଚେତନ କରାଯାଇଥିଲା l ଶେଷରେ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ କୁ ଡା ମଧୁସ୍ମିତା ନାଗ ପରିଚାଳନା କାରିଥିବା ବେଳେ ଚନ୍ଦାହାଣ୍ଡି ମତ୍ସ୍ଯ ଅଧିକାରୀ ଭାବଗ୍ରାହୀ ନାୟକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ପ୍ରାଣୀ ଚିକିତ୍ସା ବିଭାଗର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ l