ଚୌଦ୍ୱାର ରେ ନାଲ୍ମାରାମା ଠାକୁରାଣୀଙ୍କ ବାର୍ଷିକୋତ୍ସବ ବେଶ୍ ଧୁମ୍ ଧାମରେ ପାଳିତ

ତେଲୁଗୁ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମା ନାଲ୍ମାରାମାଠାକୁରାଣୀ। ମଙ୍ଗଳବାର ଚୌଦ୍ଵାରରେ ମା ନାଲ୍ମାରାମାଠାକୁରାଣୀଙ୍କ ବାର୍ଷିକୋତ୍ସବ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି ।ଏହି ପୂଜା ଦୀର୍ଘ ୫୦ବର୍ଷ ରୁ ଉର୍ଦ୍ଧ୍ବ ହେଲା ପାଳନ କରାଯାଉଅଛି।ପ୍ରତି ବର୍ଷ ତିନିଦିନ ଧରି ପୂଜା ହୋଇଥିବା ବେଳେ , ଚଳିତ ବର୍ଷ ଗୋଟିଏ ଦିନ ଧରି ପୂଜା ହୋଇଥିଲା। ମଙ୍ଗଳ ବାର ସକାଳେ ଚୌଦ୍ଵାର ର ତେଲୁଗୁ ଲୋକ ମାନେ ଓ.ଟି.ଏମ କଲୋନୀ ରେ ଥିବା ତେଲୁଗୁ କ୍ଳବ୍ ରେ ମହିଳା, ପିଲା, ଯୁବକ ଓ ବରିଷ୍ଠ ନାଗରିକମାନେ ସକାକୁ କ୍ଲବ୍ ପରିସରରୁ ବାହାରି ମାଙ୍କୁ ସ୍ନାନ ଉଦ୍ଦେଶ୍ୟ ରେ ଗରାରେ ହଳଦୀ ପାଣି ମୁଣ୍ଡ ରେ ନେ଼ଇ ଶୋଭାଯାତ୍ରାରେ ଯାଇ ୧୨ନଂ ୱାର୍ଡ ରେ ବାଟବୁଢ଼ୀ କଲେନୀସ୍ଥିତ ମା ବାଟବୁଢ଼ୀ ଠାକୁରାଣୀଙ୍କୁ ପବିତ୍ର ସ୍ନାନ କରାଇବା ସହିତ ପୂଜାର୍ଚ୍ଚନା କରି ଘଟ ସ୍ଥାପନ କରିଥିଲେ।

ପରେ ମାଙ୍କୁ ଆବାହନ କରି ଶୋଭାଯାତ୍ରାରେ ଆଣି ନିଜ କ୍ଳବ୍ ର ପୂଜା ମଣ୍ଡପ ରେ ସ୍ଥାପିତ କରିଥିଲେ। ଘଟ ପ୍ରତିଷ୍ଠା କରିବା ପରେ ଶ୍ଳୋକ, ମନ୍ତ୍ର ଆଦି ପଢି ଆଳତୀ କରି ମା ଙ୍କୁ ନିଜ କ୍ଳବ୍ ରେ ଥିବା ପୁଜାମଣ୍ଡପ କୁ ଆଣି ଘଟ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ରୀତିନୀତି ଅନୁସାରେ ମଙ୍ଗଳ ଆରତୀ କରି ପୁଷ୍ପାଞ୍ଜଳି ପ୍ରଦାନ କରି ପୂଜା କରିଥିଲେ, ମାଙ୍କୁ ପୁଣି ସଜାସଜ୍ଜି କରି ସନ୍ଧ୍ୟା ରେ ଧୁମଧାମ ରେ ବାଜା, ସାଉଣ୍ଡ ସହିତ ପ୍ରୋସେଶନ କରି ଘର ଘର ବୁଲି ମାଙ୍କୁ ଭୋଗ ଖୁଆଇ ପୂଜା କରିଥିଲେ। ପରେ ମା ଙ୍କୁ ବିଦାୟ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପାଖାପାଖି ଶତାଧିକ ଲୋକ ଏହି ପୂଜାରେ ସାମିଲ ହୋଇଥିଲେ।ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ସହିତ ସମସ୍ତ ପରିବାର ଏବଂ ବନ୍ଧୁବାନ୍ଧବ ମାନେ ଯୋଗ ଦେଇ ଖୁବ୍ ଆନନ୍ଦ ର ସହିତ ପାଳନ କରିଥିଲେ।ଏଥି ସହିତ ଏହି ଉତ୍ସବରେ ଚୌଦ୍ଵାର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଉତ୍ସବ କୁ ବେଶ୍ ଆନନ୍ଦ ଉପଭୋଗ କରିଥିଲେ ।

You might also like