ଛାମୁଣ୍ଡିଆ ବନ୍ୟପ୍ରାଣୀ ବିଭାଗ ଦ୍ବାରା କୁମ୍ଭୀର ଉଦ୍ଧାର
ଗଣିଆ -(ବିଶ୍ୱରଂଜନ ସେଠି)ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ର କର୍ମଚାରୀ ମାନେ ଗୁରୁବାର ରାତିରେ ଏକ ଗୋମୁଁହା କୁମ୍ଭୀର କୁ ଉଦ୍ଧାର କରି ମହାନଦୀ ରେ ଛାଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷା ଋତୁରେ ମହାନଦୀ ରୁ ଦୁଇଟି କୁମ୍ଭୀର ଚାଲିଆସି ଛାମୁଣ୍ଡିଆ ଗ୍ରାମର ହରିଡାପାଟ ପୋଖରୀ ରହି ଆତଙ୍କ ଚଳାଇଥିଲେ। ପୋଖରୀ ରେ ଛଡ଼ା ଯାଇଥିବା ମାଛ ଜାଆଁଳ କୁ ଖାଇ ବ୍ୟାପକ କ୍ଷତି କରୁଥିଲେ। ଏଥିସହ ଲୋକମାନେ ସ୍ନାନ ଶୌଚ ପାଇଁ ଭୟରେ ପୋଖରୀକୁ ଯାଉ ନଥିଲେ। ଏନେଇ ଛାମୁଣ୍ଡିଆ ଗ୍ରାମବାସୀ ଙ୍କ ତରଫରୁ କୁମ୍ଭୀର ଉଦ୍ଧାର ପାଇଁ ବନ୍ୟପ୍ରାଣୀ ବିଭାଗ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ନେତୃତ୍ୱରେ ଫରେଷ୍ଟର ଗାୟତ୍ରୀ ପରିଡ଼ା, ଢେ଼ଙ୍କାନାଳ ଡ଼ିଭିଜନ ର ଡଃ ଅସିତ୍ ଚକ୍ରବର୍ତ୍ତୀ ଙ୍କ ସମେତ ଛ ଜଣିଆ ଟିମ୍ କୁମ୍ଭୀର କୁ ଫାସ ସାହାଯ୍ୟରେ ଉଦ୍ଧାର କରିଥିଲେ। ପରେ କୁମ୍ଭୀରଟିକୁ ମହାନଦୀ ର ସୁନାଖଣିଆ ଠାରେ ଛାଡ଼ି ଦିଆଯାଇଥିଲା। ପୋଖରୀରେ ଥିବା ଅନ୍ୟ ଏକ କୁମ୍ଭୀର କୁ ଖୁବ୍ ଶୀଘ୍ର ଉଦ୍ଧାର କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।
