ଛାମୁଣ୍ଡିଆ ବନ ବିଭାଗ ଦ୍ବାରା ଗଡ଼ିଲା ସବୁଜ ରଥଚାରା ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟନ

ଗଣିଆ – ( ବିଶ୍ୱରଂଜନ ସେଠି) ନୟାଗଡ ମହାନଦୀବନ୍ୟପ୍ରାଣୀ ବନ ଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ବନାଞ୍ଚଳ
କାର୍ଯ୍ୟାଳୟ ସମୁଖରେ ବୁଧବାର ଦିନ ଏକ ପେଡ ମାକେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ ଜରାଯାଇଥିଲା I ଏହିପରିପ୍ରେକ୍ଷୀରେ ସବୁଜରଥ ଉଦଘାଟନ କରାଯାଇ ଥିଲାII କାର୍ଯ୍ୟକ୍ରମ ରେ ଏ ସି ଏଫ ଦେବୀ ପ୍ରସାଦ ରାଉତଙ୍କତତ୍ବାବଧାନ କ୍ରମେ ଗଣିଆ ତହସିଲଦାର ତଥା ଭାରପ୍ରାପ୍ତ ଗଣିଆ ଗୋଷ୍ଠି ଉନୟନ
ଅଧିକାରୀ ପ୍ରୀତି ବାଳା ରଣା, କନ୍ଧମାଳ ସାଂସଦଙ୍କ ପ୍ରତିନିଧୂ ଶରତ କୁମାର
କର, ସରପଞ୍ଚ ଦୀପ୍ତିରେଖା ସେନାପତି, ବନାଞ୍ଚଳ
ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ
ଅନୁର୍ଯ୍ୟାମୀ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ମଳୟ
ରଞ୍ଜନ ପଟ୍ଟନାୟକ ଓ ବନ ବିଭାଗର କର୍ମଚାରୀଙ୍କ
ଉପସ୍ଥିତରେ ସବୁଜରଥର ଶୁଭାରମ୍ଭ କରାଯାଇଥିଲା।ବନ ବିଭାଗ ତରଫରୁ ପାଞ୍ଚ ସହ ଚାରା ପଞ୍ଚାୟତି ରାଜବିଭାଗ କୁ ହସ୍ତାନ୍ତର କରାଯାଇଥିଲା I ମା ପାଇଁ ଗଛ ଟିଏଅଭିଯାନ ରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଏହିକାର୍ଯ୍ୟକ୍ରମ କରାଯାଇଥିଲା l ଏଥୁରେ ବିଭିନ୍ନ ପ୍ରକାରଫଳ ଆମ୍ବ, ପିଜୁଳି, ଅଁଳା, ବାଉଁଶ, ଗମ୍ଭାରୀ, ବାହାଡା ଓ
କୁରୁମ ଆଦି ଚାରା ବଣ୍ଟନ ନିମନ୍ତେ ହସ୍ତାନ୍ତର କରାଯାଇଥିଲା