ଜଗତସିଂହପୁର ଜ଼ିଲ୍ଲା ରେ ସ୍ଥିତି ହରାଉଛି ଜ଼ିଲ୍ଲା କଂଗ୍ରେସ

ଜଗତସିଂହପୁରତା=14 /2/26 ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିରେ ବ୍ୟାପକ ଅନ୍ତଃଦ୍ୱନ୍ଦ୍ୱ ବୃଦ୍ଧି ପାଇବାରୁ କଂଗ୍ରେସ ଦଳର ଅର୍ଦ୍ଧପତନ ଘଟିଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ରେ ଅନଭିଜ୍ଞ ଜ଼ିଲ୍ଲା କଂଗ୍ରେସ ସଭାପତି ଙ୍କ କାର୍ଯ୍ୟକଳାପ କୁ ନେଇ ସମଗ୍ର ଜ଼ିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଜ଼ିଲ୍ଲା ସଦର ମହକୁମାରେ ବିଜ୍ଞ, ତୁଙ୍ଗ ଏବଂ ବରିଷ୍ଟ କଂଗ୍ରେସ ରାଜନେତା ଜ଼ିଲ୍ଲା କଂଗ୍ରେସ କମିଟି ରୁ ବାଦ ପଡିବା ପରେ ଏବେ ସେମାନେ କଂଗ୍ରେସ ଦଳ ପାଇଁ ସମ୍ପୂର୍ଣ ଅଲୋଡ଼ା ହୋଇପଡିଛନ୍ତି |
କୌଣସି ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟକ୍ରମ ରେ ସେମାନଙ୍କୁ ଦେଖିବାକୁ ମିଳୁନାହିଁ | ସମସ୍ତ ଦଳୀୟ କାର୍ଯ୍ୟକ୍ରମ ରେ ତିର୍ତୋଲ ଅଞ୍ଚଳ ରୁ କର୍ମୀ ଭଡା ରେ ଆସି ଦଳୀୟ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି | ଜ଼ିଲ୍ଲା କଂଗ୍ରେସ ସଭାପତି ନିର୍ବାଚନ ପରେ ଦଳୀୟ କାର୍ଯ୍ୟାଳୟ ଜ଼ିଲ୍ଲା ସଦର ମହକୁମା ଠାରୁ ୨ କିଲୋମିଟର ଦୂରତ୍ୱ ହେବାରୁ କୌଣସି କର୍ମୀ କାର୍ଯ୍ୟାଳୟ କୁ ଯାଉନାହାନ୍ତି କି ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଦିନକ ପାଇଁ ଖୋଲା ଯାଉନାହିଁ ସଦା ସର୍ବଦା କାର୍ଯ୍ୟାଳୟ ରେ ତାଲା ଝୁଲୁଛି | |ଜ଼ିଲ୍ଲା ସଭାପତି ସ୍ଥିତି ବଞ୍ଚାଇବାକୁ ଭୁବନେଶ୍ୱର ରେ ଅଧିକାଂଶ ସମୟ ଡେରା ପକାଇଛନ୍ତି | ଅପର ପକ୍ଷେ କଂଗ୍ରେସ ର ତୁଙ୍ଗ ନେତା ବିଗତ ବିଧାନସଭା ନିର୍ବାଚନ ରେ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦେବାରୁ କଂଗ୍ରେସ ର ଆଗଧାଡିର ଅଶି ପ୍ରତିଶତ ତୁଙ୍ଗ ନେତା ଚିରଞ୍ଜୀବ ସହିତ ଭିତିରି ବୁଝାବଣା ରେ ନିରବ ରହୁଥିବା ଦେଖିବାକୁ ମିଳିଛି | କେବଳ ତିର୍ତୋଲ ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ପୂର୍ବ ଭଲି କଂଗ୍ରେସ ଦଳସମଗ୍ର ଜ଼ିଲ୍ଲା ରେ ସତା ହରାଇ ବସିଛି | ଟିଙ୍କ କଂଗ୍ରେସ କର୍ମୀ ଦଳୀୟ କାର୍ଯ୍ୟକ୍ରମ ଏବଂ ସଭାପତି ଙ୍କ ଅଯୋଗ୍ୟ ପଣିଆକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କରି ସମସ୍ତ କାର୍ଯ୍ୟକ୍ରମ ରୁ ନିର୍ବୁତ୍ତ ରହୁଛନ୍ତି |ତେବେ ଜ଼ିଲ୍ଲା ରେ କଂଗ୍ରେସ ଦଳ ର ସ୍ଥିତି ଦିନକୁ ଦିନ ଦ୍ରୁବକ ହେବାପାଇଁ ଜ଼ିଲ୍ଲା ସଭାପତି ଙ୍କ କାର୍ଯ୍ୟକଳାପ କୁ ଦଳୀୟ କର୍ମୀ ଦାୟୀ କରିଛନ୍ତି |
ଜଗତସିଂହପୁର ରୁ ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ