ଜଗନ୍ନାଥଙ୍କ ପୋଷ୍ୟଭିସେକ ଦର୍ଶନ କଲେ ଭକ୍ତ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ବାର୍ଷିକ ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେପୂଜାର୍ଚ୍ଚନା,ପୁଷ୍ପାଞ୍ଜଳି,ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନୂତନ ବସ୍ତ୍ର ପରିଧାନକରାଯାଇଥିଲା । ମନ୍ଦିର ପରିସରରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନପରିବେଷଣ କରିଥିଲେ I
ସକାଳ ୫ଟାରେ ମଙ୍ଗଳ ଆଳତି,୬ଟାରେ ଅବକାଶ ନିତି,୮ଟାରେ ବାଳ ଭୋଗ,୧୨ଟାରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ଥିଲା ।ଅପରାହ୍ନରେ ମନ୍ଦିର ଉପରେ ଧ୍ୱଜା ବନ୍ଧାଯାଇ ମହାଦୀପ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା ।ସଂଧ୍ୟାରେ ପ୍ରଭୁଙ୍କ ୧୦୮ଆରତୀ ଅନୁଷ୍ଠିତ ହୋଇଥିଲା ।
ପୂଜକ ରାମଚନ୍ଦ୍ର ଦାଶ, ଜଗନ୍ନାଥ ଦାଶ ଉପସ୍ଥିତରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ I ଏହି ପୁଷ୍ୟାଭିଷେକ ଦେଖୁବା ପାଇଁ
ବହୁତ ଭକ୍ତଙ୍କ ସମାଗମ ହୋଇଥିଲା। ପରିଚାଳନା କମିଟିର ମୁଖ୍ୟ ଟ୍ରଷ୍ଟି ଅକ୍ଷୟ କୁମାର ସାହୁ,ଉଦ୍ୟନାଥ ସାହୁ, ଆନନ୍ଦ ଚନ୍ଦ୍ର ବେହେରା, ସୁନିଲକୁମାର ସାହୁ,ବ୍ରଜ କିଶୋର ସାହୁ,ପ୍ରଭାତ କୁମାର ଦାଶଙ୍କ , ସରୋଜ କୁମାର ସାହୁ , ପ୍ରକାଶ କୁମାର ସାହୁ , ସମେତ ସମସ୍ତସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ I ଭକ୍ତ ମାନଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା ।