ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍
ବଲିଉଡ଼ର କିଙ୍ଗ୍ ଖାନ୍ ଶାହରୁଖ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶରୁ ତାଙ୍କ ନିକଟକୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର।ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଶେଷରେ ଶାହାରୁଖଙ୍କ ଜନ୍ମଦିନରେ ‘ଜୱାନ’ ଓଟିଟିରେ ମୁକ୍ତିଲାଭ କରିଛି।ଶାହାରୁଖ ଖାନଙ୍କ ‘ଜୱାନ’ର ଯାଦୁ ଦର୍ଶକଙ୍କୁ ପ୍ରଭାବିତ କରିଛି। ଏହି ଫିଲ୍ମ ଦେଶ ତଥା ବିଦେଶରେ ବିରାଟ ତରଙ୍ଗ ସୃଷ୍ଟି କରିଛି। ‘ଜୱାନ’ ୬୪୦ କୋଟିରୁ ଅଧିକ ରୋଜଗାର କରି ଭାରତରେ ଇତିହାସ ସୃଷ୍ଟି କରିଥିବାବେଳେ ଏହି ଫିଲ୍ମ ସାରା
ବିଶ୍ୱରେ ୧୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ‘ଯବାନ’ ପରେ ଶାହରୁଖ ଖାନ ‘ଡଙ୍କି’ ସହ ବଡ଼ ପରଦାରେ ପୁଣିଥରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଦର୍ଶକ ରାଜକୁମାର ହିରାନୀ ଓ କିଙ୍ଗ୍ ଖାନଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ବେଶ୍ ଉତ୍ସାହିତ ଥିବା ବେଳେ ଚଳଚ୍ଚିତ୍ରର ପ୍ରଥମ ଝଲକ୍ ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। ଏହି ଅପେକ୍ଷାର ଅନ୍ତ ଘଟାଇ ‘ଡଙ୍କି’ ନିର୍ମାତା ଗୁରୁବାର ଶାହରୁଖଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପାଇଁ ଖାସ୍ ଉପହାରସ୍ବରୂପ ‘ଡଙ୍କି’ର ପ୍ରଥମ ଭିଡିଓ ରିଲିଜ୍ କରିଛନ୍ତି, ଯାହା ମାଧ୍ୟମରେ ପ୍ରଶଂସକ ଫିଲ୍ମର ପ୍ରଥମ ଝଲକ୍ ଦେଖିବାକୁ ପାଇଛନ୍ତି।
