ଜଳ ସେଚନ ବିଭାଗ କାର୍ଯ୍ୟ ଅତି ନିମ୍ନ ମାନର ଖବର ପ୍ରସାରଣ ପରେ ସଙ୍ଗେ ସଙ୍ଗେ ତତ୍ପର ହେଲେ ପ୍ରଶାସନ ମରାମତି କଲେ କାର୍ଯ୍ୟ l
ଜଳ ସମ୍ପଦ ବିଭାଗ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭାଇରଲ ଭିଡିଓ ଦେଖି ଘଟଣା ସ୍ଥଳରେ ପହଞ୍ଚିଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧିକାରୀ ଉମେଶ ସେଠି l ଜଳସେଚନ ବିଭାଗ ର ରାସ୍ତା କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଅଭିଯୋଗ ହୋଇଥିଲା କି ମହାକାଳପଡ଼ା ବ୍ଲକର ଶୋବଳା ରୁ ମଙ୍ଗଳଛକ ପର୍ଯ୍ୟନ୍ତ ଯାଇଥିବା ନଦୀବନ୍ଧ ରାସ୍ତାର ପିଚୁ କାମରେ ନିମ୍ନ ମାନର କାର୍ଯ୍ୟକୁ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ l ସୋସିଆଲ ମିଡିଆରେ ଖବର ପାଇ ଜଳସେଚନ ବିଭାଗ ଅଧିକାରୀ ଉମେଶ ସେଠି ଙ୍କ ନଜରକୁ ଆସିବା ପରେ ନିଜେ ଅଧିକାରୀ ପହଞ୍ଚି ତୁରନ୍ତ ଠିକାଦାର ଙ୍କୁ ତାଗିଦ କରିବା ସହ ନିର୍ଦେଶ ଦେଇଥିଲେ ରାସ୍ତା କାର୍ଯ୍ୟ କରିବା ପାଇଁ l ଅଧିକାରୀ ଙ୍କ ଉପସ୍ଥିତରେ ଠିକାଦାର ତୁରନ୍ତ କାର୍ଯ୍ୟ କରି ସମାଧାନ ବାଟ କରିଥିଲେ l ଯାହାକୁ ନେଇ ଗ୍ରାମବାସୀ ମାନେ ଜଳସେଚନ ବିଭାଗର ସମସ୍ତ ଅଧିକାରୀଙ୍କୁ ଭୁରି ଭୁରି ପ୍ରସଂଶା କରିଥିଲେ l ତୁରନ୍ତ ଆମ ଅଭିଯୋଗ ଶୁଣିଥିବାରୁ l
କେନ୍ଦ୍ରାପଡ଼ା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ hr tv ଓଡ଼ିଆ
