ଜ଼ିଲ୍ଲା ମିଡ଼ିଆ ସେଲ ଅଧକ୍ଷ୍ୟ ଙ୍କ କାର୍ଯ୍ୟକଳାପ କୁ ନେଇ ଚର୍ଚ୍ଚା

(ଜଗତସିଂହପୁର ତା =30/1/25କେନ୍ଦ୍ର ତଥା ରାଜ୍ୟ ରେ ଡବଲ ଇଞ୍ଜିନି ସରକାର କ୍ଷମତାକୁ ଆସିଵା ପରେ ଜଗତସିଂହପୁର ଜ଼ିଲ୍ଲା ରେ ବିଜେପି ର ସାଙ୍ଗଠନିକ କାର୍ଯ୍ୟକ୍ରମ ଦ୍ରୁତ ମାତ୍ରାରେ ବୃଦ୍ଧି ପାଇଛି | ହେଲେ ତାହା ବୟସାଧିକ ଅନଭିଜ୍ଞ ମିଡ଼ିଆ ସେଲ ଅଧକ୍ଷ୍ୟ ଙ୍କ ଯୋଗୁଁ ପ୍ରଚାର ପ୍ରସାରଣ ରେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଚର୍ଚ୍ଚା ଜୋର ଧରିଛି |ନିକଟରେ ବିଜେପି ର ସାଙ୍ଗଠନିକ ଅଭିବୃଦ୍ଧି ନିମନ୍ତେ ଗଣତାନ୍ତ୍ରିକ ପଦ୍ଧତିରେ ମଣ୍ଡଳ ସଭାପତି ଏବଂ ଜ଼ିଲ୍ଲା ସଭାପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇ ଯୋଗ୍ୟ ସାଙ୍ଗଠନିକ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତି ମାନଙ୍କୁ ନିର୍ବାଚିତ କରାଯାଇଛି | ହେଲେ ଅନେକ ବର୍ଷ ହେବ ଜଗତସିଂହପୁର ଜ଼ିଲ୍ଲା ମିଡ଼ିଆ ସେଲ ଅଧକ୍ଷ୍ୟ ନିମନ୍ତେ ନିର୍ବାଚନ କିମ୍ବା ମନୋନୟନ କରାଯାଇନାହିଁ | ଅନେକ ବର୍ଷ ହେବ ଜ଼ିଲ୍ଲା ମିଡ଼ିଆ ସେଲ ଅଧକ୍ଷ୍ୟ ଦାଇତ୍ୱ ରେ ଥିବା ବ୍ୟକ୍ତି ଙ୍କ ର ମନମାନି ବୃଦ୍ଧିପାଇଛି | ଜ଼ିଲ୍ଲା ବିଜେପି ର କୌଣସି କାର୍ଯ୍ୟକ୍ରମ ସମ୍ପର୍କ ରେ ଜ଼ିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବ୍ୟକ୍ତିଗତ କିମ୍ବା ଗ୍ରୁପ ମାଧ୍ୟମ ରେ ସୂଚନା ଦିଆଯାଉନାହିଁ | ଜ଼ିଲ୍ଲା ବିଜେପି ମିଡ଼ିଆ ସେଲ ଅଧକ୍ଷ୍ୟ ଙ୍କ ମନମାନୀ କାର୍ଯ୍ୟକଳାପ କୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି | ଜ଼ିଲ୍ଲା ବିଜେପି ମିଡ଼ିଆ ସେଲ ଅଧକ୍ଷ୍ୟ ସାଙ୍ଗଠନିକ ପଦବୀ ନିମନ୍ତେ ଯୁବ ଗୋଷ୍ଟି ମାନଙ୍କ ମଧ୍ୟ୍ୟ ରେ ପ୍ରତିଦ୍ବନ୍ଦିତା ପରିଲକ୍ଷିତ ହେଉଛି | ଏଥିନେଇ ଜ଼ିଲ୍ଲା ବିଜେପି ରେ ନୂତନ ଭାବେ ନିର୍ବାଚିତ ହୋଇଥିବା ବିଜେପି ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଯୁବ ଗୋଷ୍ଟି ମାନଙ୍କୁ ଜ଼ିଲ୍ଲା ବିଜେପି ମିଡ଼ିଆ ସେଲ ଅଧକ୍ଷ୍ୟ ଦାଇତ୍ୱ ପ୍ରଦାନ କରିବାକୁ ଦାବି ହେଉଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

You might also like