ଜାଗର ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ମଞ୍ଚସ୍ଥ
ଦଶପଲ୍ଲା :- ଦଶପଲ୍ଲା ବ୍ଲକ୍ ଭୋଗବାଡ଼ି ପଞ୍ଚାୟତର ଆରାଧ୍ୟ ଠାକୁର ବାବା ଭୋଳେଶ୍ୱର ଜୀଉଙ୍କ ପୀଠରେ ୨ ଦିନ ଧରି ଜାଗର ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଗର ଯାତ୍ରା ଉତ୍ସବର ଦ୍ୱିତୀୟ ଦିବସରେ ବାବା ଭୋଳେଶ୍ୱର ଜାଗର ଯାତ୍ରା କମିଟି ଓ ଜନ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ, ମା ବାନ୍ଦେରି ଯୁବନାଟ୍ୟ ସଂସଦ ଦ୍ଵାରା ୫୨ତମ ଅବଦାନ ଏ ବର୍ଷର ନୂତନ ସାମାଜିକ ନାଟକ “କହିବାକୁ ଲାଜ ଶୁଣିଲେ ପାପ” ମଞ୍ଚସ୍ଥ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଜେଡ଼ି ବ୍ଲକ୍ ସଭାପତି ଅରୁଣ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଭୋଗବାଡ଼ି ପଞ୍ଚାୟତ ସରପଞ୍ଚ ନିର୍ମଳା ସାହୁ, ନଛିପୁର ପଞ୍ଚାୟତ ସମିତି ସଭ୍ୟ ପଦ୍ମଚରଣ ପ୍ରଧାନ, ଡିହଗାଁ ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପ୍ରଧାନ, ସରିଗଣ୍ଡା ପଞ୍ଚାୟତ ସମିତି ସଭ୍ୟ ଅମିୟ ନାୟକ, ସରିଗଣ୍ଡା ପଞ୍ଚାୟତ ସମାଜ ସେବୀ ଦିଲ୍ଲୀପ କୁମାର ସାହୁ ଭୋଗବାଡ଼ି ପଞ୍ଚାୟତ ସମାଜ ସେବୀ ଓ ଓକିଲ ବିରଞ୍ଚି ନାରାୟଣ ସାହୁ, ଭୋଗବାଡ଼ି ଗ୍ରାମର ସଭାପତି କବିରାଜ ଖିଲର , ସମ୍ପାଦକ ରମେଶ ଚନ୍ଦ୍ର ସାହୁ, କମିଟିର ଉପଦେଷ୍ଟା ବସନ୍ତ କୁମାର ପାତ୍ର, କମିଟିର ମୁଖ୍ୟ ସହଯୋଗୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭୋଗବାଡ଼ି ପଞ୍ଚାୟତ ସମାଜ ସେବୀ ବିରଞ୍ଚି ନାରାୟଣ ସାହୁ ସଭା ପରିଚାଳନା କରିଥିଲେ। ମଞ୍ଚସ୍ଥ ନାଟକର ନିର୍ଦ୍ଦେଶନା ଦେଇଥିଲେ ରବିନ୍ଦ୍ର ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶନା ବାପି ସାର୍। ଏହି ନାଟକରେ ମାନସ, ମିଲନ, ହାପି, ନବୀନ, ରାଜା, ଜିତୁ, ଟିକିନା, ଜଗା, ତୁତୁନ, ରଞ୍ଜନ, ରାମ ପ୍ରମୁଖ ଅଭିନୟ କରିଥିଲେ। ଏହି ଉତ୍ସବରେ ୧୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ଥିଲେ।
