ଜାତୀୟ ଯୁବ ଦିବସ ପାଳିତ
ଭଣ୍ଡାରିପୋଖରୀ,୧୨/୦୧: ଭଣ୍ଡାରିପୋଖରୀ ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିର ପରିସରରେ ସ୍ବାମୀବିବେକାନନ୍ଦ ଲୋକ ସଂସଦ ଭଣ୍ଡାରିପୋଖରୀ ଶାଖା ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି। ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ଦାସ ଯୋଗଦେଇ ପ୍ରତ୍ୟେକ ବୃତ୍ତି ସ୍ୱର୍ଗୀୟ, ସବୁ ବୃତ୍ତିତ ଶୀର୍ଷରେ ପହଞ୍ଚି ପାରିଲେ ଆତ୍ମନିର୍ଭରଶୀଳ ଭାରତ ଗଠନ ହୋଇପାରିବ ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବମ୍ବର ନାଥ ଯୋଗ ଦେଇ ସ୍ବାମୀଜୀଙ୍କ ଆଦର୍ଶ ଆମ ଯୁବ ବର୍ଗ ପାଇଁ ପଥ ପ୍ରଦର୍ଶକ ବୋଲି କହିଛନ୍ତି।ଅତିଥି ପରିଚୟ ପ୍ରଦାନ କରିଥିଲେ ପବନ କୁମାର ନାୟକ ଏବଂ ସସ୍ମିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଶାରଦା ବିଦ୍ୟାମନ୍ଦିରର ଗୁରୁମା ଗୁରୁଜୀ ସହାୟତା ପ୍ରଦାନ କରିବା ବେଳେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସ୍ବାମୀ ବିବେକାନନ୍ଦ ଲୋକସଂସଦର ଆଜୀବନ ସଦସ୍ୟା ସୁଶ୍ରୀବନ୍ୟା ପଣ୍ଡା।
