ଟାଇଁ ଟାଇଁ ଖରାରେ ‘ତାଳସଜ’
ଗଣିଆ, ୧୪/୫(ବିଶ୍ୱରଞ୍ଜନ ସେଠି): ଖରାଦିନରେ ତାଳ ସଜ ଖାଇବାର ମଜା ନିଆରା | ପାଟିକୁ ଯେପରିସୁଆଦିଆ ଦେହକୁ ମଧ୍ଯ ସେପରି ହିତକର। ତାଳସଜ ଖରାଦିନରେ ପେଟକୁ ଥଣ୍ଡା ରଖୁଥାଏ ।ସେଥିପାଇଁ ତ ଡହଡହ ଖରାରେ ପେଟକୁ ଟିକେ ଥଣ୍ଡା ରଖୁବା ପାଇଁ ବାଟୋଇମାନେ ଅଟକିଯାଇଥାନ୍ତି ତାଳସଜ ନିକଟରେ । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଦସୀପୁର, ଆଡ଼କଟା , ପତଣ୍ଡା, ବେଲପଡପାଟଣା, ଗଣିଆ କରଡ଼ାପଡା, ଆଦି କେତେକ ଅଞ୍ଚଳର ପଦା ଓ ରାସ୍ତାକଡ଼ରେ ସାଧାରଣତଃ ଅଧିକମାତ୍ରାରେ ଦେଖାଯାଇଥାଏ। ବୈଶାଖ ଏବଂଜ୍ୟୈଷ୍ଠ ମାସରେ ରାସ୍ତା ପାର୍ଶ୍ବ ବର ଓସ୍ତ ଭଳିଝଙ୍କାଳିଆ ଗଛତଳେ ତାଳପସରା ମେଲିଗ୍ରାହକଙ୍କୁ ଚାହିଁବସିଥାଏ ପସରା ମାଲିକ । ଏହିସମୟରେ ଗାଁର କିଛି ଗରିବ ଶ୍ରେଣୀର ଲୋକତାଳ ଗଛ ଗୁଡ଼ିକୁ ଠିକାରେ ଆଣି ଜୀବନକୁବାଜି ଲଗାଇ ଗଛରେ ଚଢ଼ି ତାଳ କାନ୍ଧି ଗୁଡ଼ିକୁ କାଟି ଏକାଠି କରିଥାନ୍ତି। ପରେ ସେଗୁଡ଼ିକୁବୋହିଆଣି ରାସ୍ତାକଡ଼ରେ ତାଳସଜ ବ୍ୟବସାୟ କରି ବେସ ଦୁଇ ପଇସା ରୋଜଗାରକରିଥାନ୍ତି । ହେଲେ ପୂର୍ବ ଦିନମାନଙ୍କରେ ତାଳକାଟିବା ବେଳେ କଟାଯାଇଥିବା ବରଡା ଓଚାଳଘର ଛପର ପାଇଁ ତାଳ କୋରଟର ଆଉ ଚାହିଦା ନାହିଁ । ଏଣୁ ଏନେଇ ଆଉ ଦୁଇ ପଇସାମିଳୁନାହିଁ । ପୂର୍ବରୁ ତାଳଗଛ ଥିବା ଜମି ମାଲିକମାନେ ପରିବାର ଜନଙ୍କ ସହିତ ବନ୍ଧୁବାନ୍ଧବ ଓଚିହ୍ନା ଜଣାଙ୍କୁ ଗଛମୂଳରେ ଗଣ୍ଡକରାଇ ଏହି ତାଳସଜ ଖାଇବାର ମଜା ଉଠାଉଥିଲେ । ତେବେତାହା ଆଉ ଦେଖିବାକୁ ମିଳୁନଥିବା ବେଳେ ଏବେ ରାସ୍ତା କଡ଼ରେ ବସୁଛି ତାର ପସରା । ଯାତ୍ରିମାନେ ତାଳସଜ ପସରା ଦେଖ୍ ଅଟକି ଯାଇ ତାଳ ଖାଇବା ସହ ଘରକୁ ମଧ୍ୟ ନେଇଥାନ୍ତି।ଏଥିପାଇଁ ତ ଓଡିଆ ବିଧିବିଧାନ ଅନୁସାରେ ସାବିତ୍ରୀ ବ୍ରତ ଓ ରଜପର୍ବରେ ତାଳକୁ ଗୁରୁତ୍ବଦିଅ ଯାଇଥାଏ | ବୈଷାଖ ଏବଂ ଜ୍ୟୈଷ୍ଠ ମାସର ମୁଣ୍ଡଫଟା ଖରାରେ ଲୋକେ ଟିକିଏ ଆରାମପାଇବା ପାଇଁ ତାଳ ସଜ ଖାଇ ମଜା ନେଇଥାନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ତାଳସଜବେପାର ରାସ୍ତାକଡ଼ରେ ଆରମ୍ଭ ହୋଇଯାଥିବା ଦେଖିବାକୁ ମିଳିଲାଣି ।
