ଠକେଇ ମାମଲାରେ ଲାଗିଲା ଅମିଷାଙ୍କ ଉପରେ ଜରିମାନା

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ। ତାଙ୍କ ବିରୋଧରେ ଏବେ ଚେକ୍ ଏବଂ ଠକେଇ ମାମଲା ଚାଲିଥିଲା। ବର୍ତ୍ତମାନ ଏହି ମାମଲାରେ ରାଞ୍ଚିର ସିଭିଲ କୋର୍ଟରେ ଅଭିନେତ୍ରୀଙ୍କ ଉପରେ ୫୦୦ଟଙ୍କା ଜରିମାନା କରିଛନ୍ତି। ଅମିଷା ପଟେଲଙ୍କ ଓକିଲ ସାକ୍ଷୀକୁ ହାଜର କରିବାକୁ କହିଥିଲେ, କିନ୍ତୁ ସେମାନ ଧିକ ସମୟ ମାଗିଥିଲେ । ଏହା ପରେ କୋର୍ଟ ତାଙ୍କ ଉପରେ ଜରିମାନା

ଆଦାୟ କରୁଥିବାବେଳେ ଅଗଷ୍ଟ ୭ ତାରିଖର ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ। ଅମିଷା ସଂଗୀତ ନିର୍ମାଣ ନାମରେ ଅଜୟଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଛନ୍ତି। ଯେତେବେଳେ ଫିଲ୍ମ ରିଲିଜ ହୋଇନଥିଲା, ସେତେବେଳେ ଅଜୟ ସିଂ ଟଙ୍କା ଫେରସ୍ତ ମାଗିଥିଲେ। ପରେ ବହୁ ବିଳମ୍ବ ପରେ ଅମିଷା ଦେଢ କୋଟି  ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ। ଯାହା ବାଉନ୍ସ ହୋଇଥିଲା । ପରେ ଅଜୟ ଅମିଷାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

You might also like