ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଇନ୍ଦିପଟା କ୍ରିକେଟ କ୍ଲବ୍ ବନାମ କରଡ଼ାପଡ଼ା କ୍ରିକେଟ କ୍ଲବ୍
ଗଣିଆ – (ବିଶ୍ୱରଂଜନ ସେଠି)ଗଣିଆ ବ୍ଲକସ୍ଥିତ ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲଖେଳ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଦିବସର ସେମି -ଫାଇନାଲ ମ୍ୟାଚ୍ରେ ପ୍ରଥମେ ରାଣୀଭୂଇଁ କ୍ରିକେଟ ଟିମ୍ ବନାମ ଇନ୍ଦିପଟ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ପ୍ରଥମେ ରାନୀଭୂଇଁ ଟିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଏବଂ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 12 ଓଭର ମଧ୍ୟରୁ 10.4 ଓଭର ରେ 10ଗୋଟି ୱିକେଟ ବିନିମୟ ରେ 61ରନ୍ କରିବାରେ ସକ୍ଷମ ହୋଇଥିଲା!ଜବାବ ରେ ଇନ୍ଦିପଟ୍ଟା ଦଳ 6ଓଭର ରେ 5ୱିକେଟ ହରାଇ 65 ରନ ହାସଲ କରି ବିଜୟ ହୋଇଥିଲା!2ୟ ସେମି ଫାଇନାଲ ରେ ମଧ୍ୟଖଣ୍ଡ ବନାମ କରଡ଼ାପଡା ମଧ୍ୟରେ ହୋଇଥିଲା !

କରଡ଼ାପଡା କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 12 ଓଭର ରେ 2ଗୋଟି ୱିକେଟ ହରାଇ 178ରନ କରିଥିଲା! ଜବାବରେ ମଧ୍ଯଖଣ୍ଡ ଦଳ 12 ଓଭର ରେ 8ଗୋଟି ୱିକେଟ ରେ 127 ରନ କରି ପରାଜୟ ହୋଇଥିଲା!ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଗଣିଆ ସାମ୍ୱାଦିକ ସଙ୍ଘର ସଭାପତି ତଥା ଆଡ଼ଭାନ୍ସ ଟ୍ୟୁଟୋରିଆଲର ପରିଚାଳକ ବିଶ୍ୱରଂଜନ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ସାମ୍ବାଦିକ ସଙ୍ଘର କୋଷାଧକ୍ଷ ସମୀର କୁମାର ବେହେରା ଉପସ୍ଥିତି ରହି ଖେଳକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ! ଆଜିର ମ୍ୟାଚରେ ଶ୍ରୀକାନ୍ତ ମନ୍ଥନ ଏବଂ ଅଖିଳ ନାୟକ ଏବଂ ଆଶିଷ କୁମାର ଖେଳ ପରିଚାଳନା କରିଥିବା ବେଳେ ମା ଦକ୍ଷିଣକାଳୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ! ଆସନ୍ତାକାଲି ର ଫାଇନାଲ ମ୍ୟାଚ ଇନ୍ଦିପଟ୍ଟା ବନାମ କରଡ଼ାପଡା ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ଟିମ ପକ୍ଷରୁ ସୂଚନା ମିଳିଛି ।
