ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍
,କରଡ଼ାପଡ଼ା ଚମ୍ପିୟାନ ଗଣିଆ -(ପିଏନ୍ଏସ୍/୧୮/୦୧) ଗଣିଆ ବ୍ଲକସ୍ଥିତ ଡଙ୍କାରିସାହି ଖେଳ ପଡ଼ିଆରେ ଡଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଯାଇଛି । ଉଦଯାପନ ଦିବସରେ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ କରଡ଼ାପଡା କ୍ରିକେଟ ଟିମ୍ ବନାମ ଇନ୍ଦିପଟ୍ଟା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ପ୍ରଥମେ କରଡ଼ାପଡା ଟିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ବ୍ୟାଟିଂ କରି ନିର୍ଦ୍ଧାରିତ 18 ଓଭରରେ 6ଗୋଟି ୱିକେଟ ବିନିମୟରେ 238ରନ୍ କରିବାରେ ସକ୍ଷମ ହୋଇଥିଲା !

କରଡ଼ାପଡା ଦଳ ପକ୍ଷରୁ ବିଷ୍ଣୁ 22 ବଲ ରେ 58 ଏବଂ ମାନସ 24 ବଲ ରେ 61 ରନ ଦଳ ପାଇଁ ସଂଗ୍ରହ କରିଥିଲେ!ଜବାବରେ ଇନ୍ଦିପଟ୍ଟା ଦଳ 20ଓଭର ରେ 10ୱିକେଟ ହରାଇ 175ରନ ହାସଲ କରିଥିଲା! ଏଥି ସହ କରଡ଼ାପଡା କ୍ରିକେଟ ଟିମ 64 ରନରେ ଇନ୍ଦିପଟ୍ଟାକୁ ହରାଇ ଚମ୍ପିଆୟ ହୋଇଥିଲେ ।ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଗଣିଆଁ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡଙ୍କାରୀସାହି ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ପଣ୍ଡା ,ବଳରାମ ବେହେରା, ପ୍ରକାଶ ବେହେରା, ଦିନେଶ ଶାସନି ଏବଂ ସମସ୍ତ ସଭ୍ୟ ଉପସ୍ଥିତ ରହି ଖେଳକୁ ଉଦ୍ଘାଟନ କରିଥିବା ସହିତ ଖେଳାଳି ମାନଙ୍କୁ ପ୍ରେରଣା ଯୋଗାଇ ଥିଲେ!ପରିଶେଷରେ ମୁଖ୍ୟ ଅତିଥି ଆଜିର ଚମ୍ପିୟାନ ଟିମ କରଡ଼ାପଡା କ୍ରିକେଟ ଟିମ କୁ ନଗଦ ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ୍ ଇନ୍ଦିପଟ୍ଟା କ୍ରିକେଟ ଟିମ କୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ! ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ କରଡ଼ାପଡା ଟିମର ମାନସ ଏବଂ ମ୍ୟାନ୍ ଅଫ ଦି ସିରିଜ୍ ଭାବେ କରଡ଼ାପଡା ଦଳର ବିଷ୍ଣୁ ଙ୍କୁ ବିବେଚିତ କରାଯାଇଥିଲା ଏବଂ ଶ୍ରେଷ୍ଠ ଦର୍ଶକ ଭାବରେ ଡଙ୍କାରୀ ସାହି ଗ୍ରାମର ସୋମନାଥ ଶାସନିଙ୍କୁ ପୁରସ୍କୃତ କରାଯାଇଥିଲା!ଆଜିର ମ୍ୟାଚ ରେ ଶ୍ରୀକାନ୍ତ ମନ୍ଥନ ଏବଂ ଅଖିଳ ନାୟକ ଏବଂ ସୁଶୀଲ କୁମାର ଖେଳ ପରିଚାଳନା କରିଥିଲେ! ସୁକାନ୍ତ କୁମାର ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ!ବିଶ୍ୱରଂଜନ ସେଠି/୭୯୭୮୩୧୬୮୧୧
