ଡଙ୍କାରୀସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କପ୍ , କେନ୍ଦୁପଲ୍ଲୀ ଓ ମର୍ଡାବାଡି ବିଜୟୀ

ଗଣିଆ -( ପି ଏନ ଏସ/୧୨/୨୬ ) ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଦକ୍ଷିଣ କାଳୀ କ୍ରିକେଟ କ୍ଲବ୍ ଡଙ୍କାରୀସାହିରେ ଚାଲିଥିବା କ୍ରିକେଟ ଟୁର୍ଣାମେଣ୍ଟ ର ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ୍ ରେ କରଡ଼ାପଡା କ୍ରିକେଟ ଟିମ୍ ବନାମ କେନ୍ଦୁପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ପ୍ରଥମେ କରଡ଼ାପଡା ଟିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ନିର୍ଦ୍ଧାରିତ 10 ଓଭର ରେ କୌଣସି ୱିକେଟ୍ ନହରାଇ 156 ରନ୍ କରିବାରେ ସକ୍ଷମ ହୋଇଥିଲା!ଜବାବ ରେ କେନ୍ଦୁପଲ୍ଲୀ ଦଳ 10 ଓଭର ରେ 6 ୱିକେଟ ହରାଇ 117 କରିଥିଲା!ବିଜୟୀ ଦଳ ର ବିଷ୍ଣୁ 72 ରନ ଏବଂ ମାନସ 63ରନ୍ କରି ଅପରାଜିତ ଥିଲେ!
2nd ମ୍ୟାଚ ଟି ମର୍ଦାବାଡି ଏବଂ ବଡ଼ମୂଳ ମଧ୍ୟରେ ହୋଇଥିଲା!ମାର୍ଦାବାଡ଼ି ଟିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା!ନିର୍ଦ୍ଧାରିତ 8 ଓଭର ରେ 6 ୱିକେଟ ହରାଇ 92ରନ୍ କରିଥିଲା! ଜବାବରେ ବଡମୁଳ ଦଳ 8ଓଭରରେ 7ଗୋଟି ୱିକେଟ ହରାଇ ପରାଜୟ ହାସଲ କରିଥିଲା!
ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଡଙ୍କାରୀସାହି ଯୁବକ ସଙ୍ଘର ସଭାପତି ଶ୍ରୀ ସୁଶାନ୍ତ କୁମାର ବେହେରା (ବଳିଆ ଭାଇ )ଖେଳକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ! ଆଜିର ମ୍ୟାଚ ରେ ଶ୍ରୀକାନ୍ତ ମନ୍ଥନ ଏବଂ ଅଖିଳ ନାୟକ ଖେଳ ପରିଚାଳନା କରିଥିଲେ ଏବଂ ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ! ଆସନ୍ତାକାଲି ର ମ୍ୟାଚ କିଶୋର ପ୍ରସାଦ ଏବଂ ଢୋଲମରା ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ଟିମ ପକ୍ଷରୁ ସୂଚନା ମିଳିଛି। ବିଶ୍ୱରଂଜନ ସେଠି/୭୯୭୮୩୧୬୯୧୧