ଡ଼ାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲ ରେ ଅବକାରୀ ବିଭାଗର ମିଳିତ ଚଢାଉ।
ଆଠଗଡ ୦୭/୦୬ (ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ CH ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ବିଭାଗ ଓ ସଦର ଅବକାରୀ ବିଭାଗ,ନରସିଂହପୁର ଅବକାରୀ ବିଭାଗ, ଜିଲ୍ଲା ମୋବାଇଲ ୟୁନିଟ ଅବକାରୀ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା।

ଉକ୍ତ ଚଡାଉ ରେ ସର୍ବମୋଟ ୧୯୨୫ ଲିଟର ଦେଶୀ ମଦ ସହ ୧୫୯୬୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଡାଉ ରେ CH ତିରୁପତି ଅବକାରୀ ଉପ ଅଧିକ୍ଷ୍ୟକ ଆଠଗଡ , ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ, ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ ,ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପ ନିରୀକ୍ଷ୍ୟକ ବାଙ୍କୀ ,ଶେଫାଳି ସାହୁ ଅବକାରୀ ଉପ ନିରୀକ୍ଷ୍ୟକ ଜିଲ୍ଲା ମୋବାଇଲ ଙ୍କ ସମେତ ସମସ୍ତ ଅବକାରୀ ସହକର୍ମୀ ଉପସ୍ଥିତ ରହିଥିଲେ।
