ତନୟାଙ୍କୁ ଶୁଭେଚ୍ଛା ଜଣାଇଲା ଅନନ୍ୟା ଫାଉଣ୍ଡେସନ

ଅନନ୍ୟା ଫାଉଣ୍ଡେନର ସଦସ୍ୟମାନେ ସମ୍ବାଦର ନୂତନ ସମ୍ପାଦିକା ତନୟା ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସଦସ୍ୟ ମାନେ ଆଜି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ତନୟା ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତନୟା ପଟ୍ଟନାୟକ ନୂତନ ଭାବେ ଗ୍ରହଣ କରିଥିବା ପଦବୀ ପାଇଁ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ। ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ତନୟା ପଟ୍ଟନାୟକଙ୍କ ପ୍ରତି ଅନନ୍ୟା ପରିବାରର ଥିବା ଅନାବିଳ ସ୍ନେହ ପାଇଁ ତନୟା ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ପରେ ସଦସ୍ୟ ମାନେ ସମ୍ବାଦର ୪୦ ବର୍ଷ ପୂର୍ତ୍ତି ଅବସରରେ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ସିଂ ଠାକୁର ଯୋଗ ଦେଇଥିଲେ।

You might also like