ତିନି ଟ୍ରିପ ବାଲି ପକାଇ୩୧ ହଜାର ୪ ଶହ ଟଙ୍କା ଚଳୁ

ପୁରୀ- ମିଛ ଧରାଇ ଦେଲା ସୂଚନା ଅଧିକାର ତଥ୍ୟ । ମିଥ୍ୟା ବିଲ କରି ଅର୍ଥ ଆତ୍ମସାତ କରିଥିବା ନଜର କୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଓ ସୂଚନା ଅଧିକାର କର୍ମୀ । ସୂଚନା ଅନୁସାରେ ନିମାପଡ଼ା ବ୍ଲକ ନୀଳ କଣ୍ଠେଶ୍ବର ସରକାରୀ ବିଦ୍ୟାଳୟ ରେ ତିନି ଟ୍ରିପ ବାଲି ପକାଇ ୫ହଜାର ଏକ ଶହ ଟଙ୍କା ତତ୍କାଳୀନ ପ୍ରଧାନ ଶିକ୍ଷକ ଙ୍କ ଠାରୁ ଗ୍ରହଣ କରିଥିଲେ ଦିଘାଳୋ ଅଞ୍ଚଳ ର ବଳରାମ ସ୍ବାଇଁ ଓରଫ ଲବ ସ୍ବାଇଁ । ମାତ୍ର ପରବର୍ତ୍ତୀ ସମୟରେ ବାଲି ପାଇଁ ୩୧ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇ ଥିବା ସୂଚନା ଅଧିକାର ତଥ୍ୟ ରୁ ଜଣା ପଡି ଥିଲା । ଏ ନେଇ ବଳରାମ ସ୍ବାଇଁ ଓରଫ ଲବ ସ୍ବାଇଁ ସୂଚନା ଅଧିକାର ରେ ତଥ୍ୟ ମାଗିବା ପରେ ବାଲି ପାଇଁ ୩୧ ହଜାର ୪ ଶହ ଟଙ୍କା ତାଙ୍କ ନାମ ରେ ଯାଇଥିବା ଜଣା ପଡିଥିଲା । ସେ ନେଇ ବି ଇଓ, ପୁରୀ ଜିଲ୍ଲାପାଳ ଙ୍କ ପାଖରେ ତାଙ୍କ ନାମରେ ମିଥ୍ୟା ଵିଲ କରାଯାଇ ଥିବା ନେଇ ଅଭିଯୋଗ କରିଥିଲେ ବଳରାମ ସ୍ବାଇଁ।

ବିଶେଷ କରି ଏଭଳି ଅଭିଯୋଗ ପରେ ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶ ପରେ ଏବିଇଓ ଘଟଣା ର ଅନୁଧ୍ୟାନ କରି ବାଲି ପକାଇ ଟଙ୍କା ନେଇଥିବା ବଳରାମ ସ୍ବାଇଁ ନିମାପଡା ଧୀର ପୁର ଅଞ୍ଚଳ ବଳରାମ ସ୍ବାଇଁ ସେ ଛଅ ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିବା ତଥ୍ୟ ଦେବା ପରେ ପୁଣି ଘଟଣା ର ଚଚକଂ ତା କରାଯାଇ ଥିବା ନେଇ ଅଭିଯୋଗ କରିଛନ୍ତି ।

ସୂଚନା ଅଧିକାର କର୍ମୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲବ ସ୍ବାଇଁ । ସେପଟେ ଏ ନେଇ ପୁନର୍ବାର ତଦନ୍ତ କରିବା ସହିତ ବିଦ୍ୟାଳୟ ର ଅନେକ କାର୍ଯ୍ୟ ର ତଦନ୍ତ କରିବା ପାଇଁ ବି ଇଓ ଙ୍କୁ ଦାବୀ କରିଥିବା ବେଳେ ଘଟଣା ର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିମାପଡା ବି ଇ ଓ ପ୍ରତିଶୁତି ଦେଇଛନ୍ତି।ପୁରୀରୁ ପ୍ରକାଶ କାଣ୍ଡି । ଅଭୟ କୁମାର ସ୍ଵାଇଁ ( ସୂଚନା ଅଧିକାରୀ କର୍ମୀ)

You might also like