ତୁର୍କୀରେ ବିଜୟଙ୍କ ସହ ଛୁଟି କାଟୁଛନ୍ତି ରଶ୍ମିକା

ସାଉଥ୍‌ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କପଲ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ବର୍ତ୍ତମାନ ଦୁହିଁଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ଅଛି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ ରହିଥିବାବେଳେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି କି, ସେମାନେ ତୁର୍କୀରେ ଛୁଟି କାଟୁଛନ୍ତି। କିଛି ସମୟ ଆଗରୁ ରଶ୍ମିକା ତୁର୍କୀରୁ ତାଙ୍କ ଛୁଟିଦିନର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ପୋଷ୍ଟର କ୍ୟାପସନରେ ଲେଖିଥିଲେ, ‘ପ୍ରଥମ ଫଟୋ ଡେଷ୍ଟିନେସନ୍‌ର ଥିଲା ଥିଲା ଏବଂ ଭିଡିଓରେ ମୁଁ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିଲି … ଯାତ୍ରା ଦିନକୁ ମନେ ପକାଉଛି।’ଯେତେବେଳେ ବିଜୟ ଖୁସି ଫିଲ୍ମର ସୁଟିଂ ପାଇଁ ତୁର୍କୀରେ ଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ବିଜୟଙ୍କ ଫଟୋ ଭାଇରାଲ୍‌ କରିଥିଲେ ।

ତେବେ ରଶ୍ମିକା ୨୦୧୬ରେ କନ୍ନଡ ଫିଲ୍ମ ଜରିଆରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକଙ୍କ ପସନ୍ଦିତା ହୋଇପାରିଛନ୍ତି। ଶେଷଥର ପାଇଁ ସେ ସିନେମା ‘ମିଶନ ମଞ୍ଜୁ’ରେ ନଜରକୁ ଆସିଥିଲେ। ଏଥିସହ ତାଙ୍କ ହାତରେ ଏବେ ଆଉ ୩ଟି ଫିଲ୍ମ ରହିଛି। ତାହାର ଶୁଟିଂରେ ସେ ବ୍ୟସ୍ତ ରହିଛନ୍ତି।

You might also like