ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତାଙ୍କ କାର, ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। 

 ଗାଡ଼ି ଦୁର୍ଘଟଣା ମାମଲାରେ କନ୍ନଡ ଅଭିନେତା ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ବେଙ୍ଗାଲୁରୁରେ ଅଭିନେତାଙ୍କ କାରର ଏକ ଦମ୍ପତି ଧକ୍କା ଦେଇଥିଲା। ଏହି ଦମ୍ପତି ରାସ୍ତାରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରକାଶ ଥାଉକି, ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୁଷ ବ୍ୟକ୍ତି ଜଣଙ୍କ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଏନେଇ ସ୍ଥାନୀୟ ଟ୍ରାଫିକ ପୋଲିସ ଥାନାରେ ଏକ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ତଦନ୍ତ ପରେ ଅଭିନେତା ନାଗଭୂଷଣଙ୍କୁ ଗିରଫ କରିଛି।

You might also like