ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ
ବଲିଉଡ୍ର ବାଦଶାହା ଶାହାରୁଖ ଖାନ୍। ତାଙ୍କ ଫିଲ୍ମ ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଆଉ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି।‘ପଠାନ’ ଏବଂ ‘ଯବାନ’ ପରେ ଏହା ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ତଥା ଶେଷ ଫିଲ୍ମ ଡଙ୍କି ହେବ। ଡିସେମ୍ବର ୨୨ରେ ରିଲିଜ ହେବାକୁ ଥିବା ଫିଲ୍ମ ପାଇଁ ଶାହାରୁଖ ସୋସିଆଲ ମେଡିଆ ରେ ପ୍ରମୋଶନର ଏକ ପ୍ରମୁଖ ମାଧ୍ୟମ କରିଛନ୍ତି। ଶନିବାର କାନ୍ସ ପାଇଁ ‘ନିକ୍ଲେ ଥେ କଭି ହମ୍ ଘର୍ ସେ’ ରିଲିଜ ହେବା ପରେ ଖାନ ପୂର୍ବପରି ଏକ # ଆସ୍କଆର୍ଏସ୍ ଅଧିବେଶନ ଆୟୋଜନ କରିଥିଲେ। ଏହି ସମୟରେ, ଡଙ୍କି ଫିଲ୍ମ ବ୍ୟତୀତ ସେ ଦିଲ୍ଲୀରେ ଥିବା ଦିନ ବିଷୟରେ ମଧ୍ୟ କହିଥିଲେ।
