ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ
ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ଭାରତୀୟ ଭାବେ ସବୁ ପର୍ବପର୍ବାଣୀକୁ ପାଳନ କରୁଥିବା ଦେଖିବାକୁ ମିଳନ୍ତି। ହୋଲି ହେଉ କି ଦୀପାବଳି, ସବୁ ପର୍ବକୁ ସେ ଧୁମଧାମରେ ପରିବାର ସହ ପାଳନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ ମଧ୍ୟ ଦୀପାବଳି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହାର ଝଲକ ପିସି ତାଙ୍କ ସୋସିଆଲ ଆକାଉଣ୍ଟରେ କରିଛନ୍ତି ଶେୟାର। ଯେଉଁଥିରେ ମାଳତୀଙ୍କ ପ୍ରଥମ ରଙ୍ଗୋଲି ଦେଖିବାକୁ ମିଳୁଛି। ପିସି ମଧ୍ୟ ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।ଇନଷ୍ଟାରେ ସେ ୨ଟି ଫଟୋ ଷ୍ଟୋରୀରେ ପକାଇଛନ୍ତି ।
ଗୋଟିଏ ଫଟୋରେ ଝିଅ ମାଲତୀ କରିଥିବା ରଙ୍ଗୋଲିର ଥିବା ବେଳେ ଅନ୍ୟ ଫଟୋରେ ଜଳୁଥିବା ଦୀପ ରହିଛି। ଝିଅର ରଙ୍ଗୋଲି ଫଟୋ ସେୟାର କରି ପ୍ରଥମ ରଙ୍ଗୋଲି ବୋଲି ଲେଖିଛନ୍ତି ପ୍ରିୟଙ୍କା। ଅନ୍ୟ ଫଟୋରେ ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ଲେଖିଥିଲେ – ‘ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା… ଏଠାରେ ସର୍ବଦା ଆଲୋକ ହେଉ …’ ପ୍ରିୟଙ୍କାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।
