ଦୁର୍ଘଟଣାରେ ସାମ୍ବାଦିକ ମୃତ୍ୟୁ ଓ ପଞ୍ଚାୟତ ସଭାପତି ଗୁରୁତର ଆହାତ l
କେନ୍ଦ୍ରାପଡ଼ା (ରିପୋର୍ଟ- ବିଶ୍ୱଜିତ ପ୍ରଧାନ )ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତ ବିଜେପି ସଭାପତି ମାନସ ନାୟକ ଓ ବେରୁହାଁ ପଞ୍ଚାୟତର ଭଗବାନପୁରୁ ସାମ୍ବାଦିକ ନୃସିଂହ ଚରଣ ରାଉତ ବାଟରେ ଯାଉଥିବା ସମୟରେ 53 ନମ୍ବର ଜାତୀୟ ରାଜପଥ ପାରାଦ୍ୱୀପ ଚଣ୍ଡିଖୋଲ ରୋଡର ମାର୍ଶାଘାଇ କ୍ରସିଂ ଛକରେ ଏକ ଟ୍ରକ ଦୁର୍ଘଟଣାରେ ଘଟଣା ସ୍ଥଳରେ ସାମ୍ବାଦିକ ନୃସିଂହ ଙ୍କ ଜୀବନ ଚାଲି ଯାଇଥିଲା l

ଗୁରୁତର ଅବସ୍ଥା ରେ ମାନସ ନାୟକ ଙ୍କୁ ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା କିନ୍ତୁ ସେଠାକାର ସ୍ଥାନୀୟ ଡାକ୍ତର ତୁରନ୍ତ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ l

ଉନ୍ନତ ଚିକିତ୍ସା ପାଇଁ କଟକ ନଖରା ସ୍ଥିତ ସମ୍ ୨ ହସ୍ପିଟାଲରେ ଚିକିତ୍ସା କରାଯାଉଛି l ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହିତ ନୃସିଂହଙ୍କ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ତଦନ୍ତ କରୁଛି ମାର୍ଶାଘାଇ ପୋଲିସ l
