ଦେଓ ଶରଣ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଚନ୍ଦାହାଣ୍ଡି – ତା ୨୮/୦୨( ନି:ପ୍ର ) ନବରଙ୍ଗପୁର ଜିଲ୍ଲା ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ର ଅବସର ପ୍ରାପ୍ତ ଚପରାଶି ଦେଓ ଶରଣ ସାହୁ ଙ୍କୁ ଆଜି ପାନାବେଡା ମହାବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଦେଓ ଶରଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଦେଓ ଶରଣ ମହାବିଦ୍ୟାଳୟ ରେ ୧୯୮୯ ମସିହାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ନିଯୁକ୍ତି ପାଇ କାମ କରି ଆସୁଥିଲେ ତେବେ ଯୁକ୍ତଦୁଇ ଓ ଯୁକ୍ତତିନି ମହାବିଦ୍ୟାଳୟ ଅଲଗା ଅଲଗା ହେବା ପରେ ସେ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ସ୍ତରରେ ରହି କାମ କରି ଆସୁଥିଲେ l ଆଜି ମହାବିଦ୍ୟାଳୟ ତରଫରୁ ଦେଓ ଶରଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି l ଦେଓ ଶରଣ ଜଣେ ସମୟାନୁବର୍ତ୍ତୀ ତଥା କର୍ତ୍ତବ୍ୟନିଷ୍ଠ କର୍ମଚାରୀ ରୂପେ ମହାବିଦ୍ୟାଳୟରେ ରହି କାର୍ଯ୍ୟ କରି ଆସୁଥିଲେ l ବିଦାୟ କାଳରେ ରାଜନୀତି ବିଜ୍ଞାନ ଅଧ୍ୟାପକ, ଦିଲୀପ କୁମାର ଲେଙ୍କା, ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର,ଇତିହାସ ମକର ନାୟକ, ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ, ଅର୍ଥନୀତି ଅଧ୍ୟାପକ ବିଶ୍ୱରଞ୍ଜନ ପଣ୍ଡା, ସହଯୋଗୀ ରୀନାରାଣୀ ବାଗ, କିରାଣୀ ହରିଶ୍ଚନ୍ଦ୍ର ସାହୁ, ଲାଇବ୍ରେରୀଆନ ସେମନ ଲାଲ ସାହୁ, ଚପରାଶି ରାଜେନ୍ଦ୍ର ସୁନାନୀ, ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଦେଓ ଶରଣଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଉପହାର ସଦୃଶ ଗଣେଶ ଙ୍କ କାଷ୍ଠ ପ୍ରତିମା ପ୍ରଦାନ କରିଥିଲେ l
