ଧର୍ମ ପାଇଁ ଅଲଗା ହେଲେ ଅସୀମ୍-ହିମାଂଶୀ
ରିଆଲିଟି ଶୋ ବିଗ୍ ବସ୍-୧୩ର ଫେମ୍ ହିମାଂଶୀ ଖୁରାନା ଏବଂ ଅସୀମ ରିଆଜ । ଦୁହିଁଙ୍କ ପ୍ରେମ ସମ୍ପର୍କ ସେଠାରୁ ଆରମ୍ଭ ହୋଇଥିଲା। ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି। ହିମାନ୍ସି ସୋସିଆଲ ମିଡିଆରେ ଏକ ପୋଷ୍ଟ କାରୀଣିଜର ପ୍ରଶଂସକ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ୩ ବର୍ଷର ସମ୍ପର୍କ ପରେ ଦୁହେଁ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟେ ଅନେକ ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର ଆସୁଛି। ଏବେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଛି। ହିମାନ୍ସି ଲେଖିଛନ୍ତି,”ମୁଁ ଏବଂ ଅସୀମ ଏବେ ଆଉ ଏକାଠି ନାହୁଁ, ଆମେ ଦୁହେଁ ଯେଉଁ ସମୟ ଏକାଠି ବିତାଇଛୁ ତାହା ଆମ ପାଇଁ ସ୍ପରଣୀୟ ହୋଇ ରହିବ। ଆମ ଦୁହିଁଙ୍କ ସମ୍ପର୍କ ଏହି ପର୍ଯ୍ୟନ୍ତ ଥିଲା। ଆମ ଦୁହିଁଙ୍କ ସମ୍ପର୍କ ଅଦ୍ଭୁତ ଥିଲା, କିନ୍ତୁ ଆମେ ଦୁହେଁ ନିଜ ନିଜ ରାସ୍ତାରେ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ନିଜ ନିଜ ଧର୍ମର ସମ୍ମାନ କରୁ।
ଏଥିପାଇଁ ଆମେ ନିଜର ପ୍ରେମକୁ ବଳିଦାନ ଦେଉଛୁ, କାହିଁକି ନା ଆମ ଦୁହିଁଙ୍କ ଧର୍ମ ଭିନ୍ନ ଅଟେ। ତେବେ ଆମ ଦୁହିଁଙ୍କ ମନରେ କାହା ପ୍ରତି ଘୃଣା ନାହିଁ, ପ୍ରଶଂସକମାନେ ଆମର ଗୋପନୀୟତାକୁ ଗୁରୁତ୍ୱ ଦେବେ ବୋଲି ମୋର ବିଶ୍ୱାସ।”ତେବେ ହିମାଂଶୀ ଏହି ପୋଷ୍ଟ ମାଧ୍ୟମରେ ତାଙ୍କର କଥା ରଖିଥିଲା ବେଳେ ଅସୀମ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି, ନା କୌଣସି ପୋଷ୍ଟ କରିଛନ୍ତି।
