ନବ ନିର୍ମିତ ମନ୍ଦିର ଓ ପ୍ରତିମାଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ
ଗଣିଆ ( ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ରାଜୀଙ୍ଗି ଗ୍ରାମରେ ବୁଧବାର ମା ବେଢ଼ାକାଳୀ ଙ୍କ ନବ ନିର୍ମିତ ମନ୍ଦିର ଓ ପ୍ରସ୍ତର ନିର୍ମିତ ପ୍ରତିମାଙ୍କ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳୁ ତୀର୍ଥ ଜଳ ଆବାହନ ସହ ୧୦୮କଳସ ଶୋଭାଯାତ୍ରା କରାଯାଇ ଘଟକଳସ ସ୍ଥାପନ କରାଯାଇଥିଲା। ଏଥିସହ ଗୀତାଯଜ୍ଞ, ସନ୍ଧ୍ୟା ଆଳତି ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦେବୀଙ୍କ ଗର୍ଭାଧାନ ଓ ମହାସ୍ନାନ କରାଯାଇଥିଲା।ମାତୃମଣ୍ଡଲି ଙ୍କ ଦ୍ବାରା ଭଜନ କୀର୍ତ୍ତନ ପରିବେଶିତ ହୋଇଥିଲା। ସେହିପରି ବୁଧବାର ସକାଳୁ ସୂର୍ଯ୍ୟ ନାରାୟଣ ପୂଜା, ଅଷ୍ଟପ୍ରହର ନାମଯଜ୍ଞ, ଘୃତ ଯଜ୍ଞ ପରେ ମଧ୍ୟାହ୍ନ ରେ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରେ ମା ଙ୍କ ପ୍ରସ୍ତର ପ୍ରତିମାଙ୍କ ର ପ୍ରାଣ ପ୍ରତିଷ୍ଠା କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଅପରାହ୍ନ ରେ ଘୃତ ଯଜ୍ଞ ସହ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା। ତିନି ଦିନ ଧରି ଘଣ୍ଟ ଘଣ୍ଟା ର ତାଳେ ତାଳେ ନାମ କୀର୍ତ୍ତନରେ ବୁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମା ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଦେଖିବା ପାଇଁ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଙ୍କ ସମାଙ୍ଗମ୍ ଦେଖିବାକୁ ମିଳିଥିଲା। ପ୍ରତିଷ୍ଠା ଉତ୍ସବ ରେ ରାଜେଶ କୁମାର ହୋତା , ପ୍ରମୋଦ ଦାଶ, ଶୁଭାଶିଷ ମିଶ୍ର, ରାଜେଶ କୁମାର ମିଶ୍ର, ଆଶୁତୋଷ ତ୍ରିପାଠୀ ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ଯାଜ୍ଞିଙ୍କ ବ୍ରାହ୍ମଣ ମାନଙ୍କ ଦ୍ବାରା ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା
