ନଭେମ୍ଵର ୨୯ରେ ରଣଦୀପ୍ କରିବେ ବିବାହ
ରଣଦୀପ ହୁଡା ବଲିଉଡର ଜଣାଶୁଣା ସର୍ବୋତ୍ତମ ଅଭିନେତା। ସେ ତାଙ୍କ ଚଳଚ୍ଚିତ୍ର ଏବଂ ଉତ୍କୃଷ୍ଟ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା। ଏବେ ସେ ୪୭ ବର୍ଷ ବୟସରେ ପ୍ରେମିକା ଲିନ୍ ଲାଶରମ୍ଙ୍କ ହାତ ଧରିବେ । ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି।ସେ ପୋଷ୍ଟ କରି କହିଛନ୍ତି ଯେ ସେ ମଣିପୁରରେ ତାଙ୍କର ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଲିନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ବିବାହ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେଇଛନ୍ତି।
ନଭେମ୍ବର ୨୯ରେ ମଣିପୁରର ଇମ୍ଫାଲରେ ବିବାହ କରିବେ। ସେହିଭଳି ମୁମ୍ବାଇରେ ରିସେପ୍ସନ ହେବ। ତେବେ ଏହି ବିବାହରେ ମଣିପୁର ପରମ୍ପରାର ଝଲକ ଦେଖିବାକୁ ମିଳିବ। ସେହିଭଳି ମଣିପୁର ର ଖାଦ୍ୟ ସହ ଲୋକ ସଂଗିତର ଅନୁଭବ ଅତିଥିମାନେ କରିପାରିବାର ବନ୍ଦୋବସ୍ତ କରାଯାଇଛି। ରଣଦୀପ ହୁଡା ଙ୍କ ପରିବାରଏହି ଯୋଡ଼ିଙ୍କ ପାଇଁ ବହୁତ ଖୁସି ଅଛନ୍ତି |
