ନାଟ୍ୟନିର୍ଦେଶଜ ମଞ୍ଚ ଜ୍ୟୋତି ଶରତ ଚନ୍ଦ୍ର ବିଶ୍ୱାଳ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ଜଗତସିଂହପୁର ତା =31/1/25ଜଗତସିଂହପୁର ଜ଼ିଲ୍ଲା ର ବରପୁତ୍ର ବିଶିଷ୍ଟ ନାଟ୍ୟନିର୍ଦେଶକ ମଞ୍ଚ ଜ୍ୟୋତି ସ୍ବର୍ଗତ ଶରତ ଚନ୍ଦ୍ର ବିଶ୍ୱାଳ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଜନ୍ମମାଟି ଡିଙ୍ଗିଶ୍ୱର ମଠଦାଣ୍ଡ ଠାରେ ମହାସମାରୋହ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆମ ଓଡିଶା ଓ ରୋଟାରି କ୍ଳବ ର ମିଳିତ ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଜଗତସିଂହପୁର ର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ଚିରଞ୍ଜିବି ବିଶ୍ୱାଳ ରିବନ କାଟି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଡିଙ୍ଗିଶ୍ୱର ଏବଂ ଆଖ ପାଖ ଅଞ୍ଚଳ ର ବହୁ ସ୍ଵେଛାସେବୀ ସ୍ଵେଛାକୃତ ରକ୍ତଦାନ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ନାଟ୍ୟକାର ଶରତ ଚନ୍ଦ୍ର ବିଶ୍ୱାଳ ସ୍ମୁତି କମିଟି ସଭାପତି ବିଜୟ କୁମାର ବିଶ୍ୱାଳ, ସମ୍ପାଦକ ସଂଗ୍ରାମ କେଶରୀ ବିଶ୍ୱାଳ, କୋଷାଧକ୍ଷ ସୁଧୀର ମହାନ୍ତି, ଅନଙ୍ଗ କୁମାର ମହାନ୍ତି, ମନୋରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

You might also like