ନାରପଡା ଠାରେ ୟଙ୍ଗ ମେନ୍ସ ସ୍ପୋର୍ଟିଂ କ୍ଳବ ତରଫରୁ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

– କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନାରପଡା ଠାରେ ୟଙ୍ଗ ମେନ୍ସ ସ୍ପୋର୍ଟିଂ କ୍ଳବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ଟାଙ୍ଗୀ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ l ନାରପଡା ୟଙ୍ଗ ମେନ୍ସ ସ୍ପୋର୍ଟିଂ କ୍ଳବ ର ଅଧକ୍ଷ ତଥା ରିଟାୟାର୍ଡ଼ ଆଇ.ଜି ସିଆରପିଏଫ ଶ୍ରୀ ତ୍ରୈଲୋକ୍ୟ ନାଥ ଖୁଣ୍ଟିଆ ଅତିଥି ଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ଟୁର୍ନାମେଣ୍ଟ ରେ ଭାଗ ନେଇ ଥିବା ଟିମ ର ଖେଳାଳି ଙ୍କୁ ଉତଚ୍ଛାହିତ କରିଥିଲେ l ପ୍ରାୟ ଆଖ ପାଖ ଅଂଚଳ ର ଆଠ ଗୋଟି ଟିମ ଏହି ପ୍ରତିଯୋଗିତା ରେ ଭାଗ ନେବା ସହିତ ଯେଉଁ ଟିମ ବିଜୟଲାଭ କରିବ ସେମାନଂକୁ ଆଗାମୀ ଦିନ ରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ମ୍ୟାଚ ରେ ଖେଳିବାକୁ ପ୍ରେରଣା ହେବ ବୋଲି ଶ୍ରୀ ଖୁଣ୍ଟିଆ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ l

ଏଥି ସହିତ ଟାଙ୍ଗୀ ସାଲେପୁର ବିଜେପି ନେତା ଶ୍ରୀ ଅରିନ୍ଦମ ରାୟ ଓ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ଶ୍ରୀ ତ୍ରିଦେବ ବେହେରା ଜିତି ଥିବା ଟିମ କୁ ବଧେଇ ଜଣେଇ ଥିଲେ l ଏଥିସହିତ ଏହି ଖେଳ ପଡିଆଟିକୁ ଆକର୍ଷଣୀୟ ତଥା ସୌନ୍ଦର୍ଯ୍ୟକରଣ କରାଗଲେ ବହୁ ଉଦୟମାନ ଖେଳାଳୀ ଗଢି ଉଠିବେ ବୋଲି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ l ଖେଳ ର ଶେଷରେ ମା ସ୍ବର୍ଣ୍ଣଦେବୀ ଟିମ ବିଜୟ ଲାଭ କରିଥିବା ବେଳେ ଜୟପୁର ର ବନମାଳି ସ୍ପୋର୍ଟିଂ କ୍ଳବ ରନରସଅପ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଏସ. କେ ଜାଭେଦ,ସେକ୍ରେଟେରୀ ଅଶ୍ୱିନୀ କୁମାର ବଳ,ଏମଡି ଆଜ଼ାଦ,ସଲାମ ଖାନ,ରବୀନ୍ଦ୍ର ମହାପାତ୍ର,ଇଦରିଶ ଖାନ,ପ୍ରଦୀପ କୁମାର ବିଶ୍ୱାଳ
ଏସକେ ସାହିଲ, ଏସକେ ସାହିଦ, ସେକ ଯାହାଙ୍ଗୀର, ବିକି ଖାନ, ଡବଲୁ ଙ୍କ ସମେତ କ୍ଳବ ର ବହୁ ସଦସ୍ୟ ବୁଦ୍ଧିଜୀବୀ ଓ ଗାଁ ମୁରବି ମାନେ ଉପସ୍ଥିତ ଥିଲେ l