ନିଖୋଜ ମୃତଛାତ୍ରଙ୍କ ପରିବାରକୁ ନ୍ୟାୟ ଦାବୀରେ ରାସ୍ତରୋକ କଲେ ଗ୍ରାମବାସୀ
ଗଣିଆ .(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ ବେଲପଡ଼ାପାଟଣା ପ୍ରାଥମିକ ବିଦ୍ୟାଳୟର ୫ମଶ୍ରେଣୀ ଛାତ୍ର ଭୋଳନାଥ ମଳିକ ନିଖୋଜ ହେବା ଘଟଣା ଓ ଘର ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ଶବ ଉଦ୍ଧାର ଘଟଣାକୁ ୩ଦିନ ବତି ଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପରିବାର ଲୋକ ପିଲାଟିକୁ ହତ୍ୟା ଓ ବଳୀ ଦେଇଥିବା ଅଭିଯୋଗ କରିଛନ୍ତି । ସେପଟେ ଶବ ବ୍ୟବଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛନ୍ତି । ଯାହାକୁ ନେଇ ଶୁକ୍ରବାରଦିନ ଅପରାହ୍ନ ସମୟରେ ଅନୁସୁଚିତ ଜାତି ଓ ଜନଜାତି ରାଇଟ ଫର ସଂଗଠନର ରାଜ୍ୟ ସଭାପତି ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ଭୀମ ଆର୍ମୀ ସଂଯୋଜକ ସୁନିଲ କୁମାର ନାୟକ, ଟାଇମ୍ସ ଓଡ଼ିଆର ଏଡିଟର କାହ୍ନା ନାୟକ, ପିତବାସ ନାୟକ, ଦୀପକ ଭୋଇ, କୁନାଲ ରାବଣ, ସୁକାନ୍ତ ଭୋଇଙ୍କ ସମେତ ବେଲପଡ଼ା ଗ୍ରାମର ଶହଶହ ପୁରୁଷ ଓ ମହିଳା ଗଣିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଗଣିଆ-ଦଶପଲା ଓ ଗଣିଆ-ଭୂବନେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ମୃତ ଛାତ୍ରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ରାଜରାସ୍ତାରୁ ହଟିବେ ନାହିଁ ବୋଲି କହିଥିଲେ । ଖବର ପାଇ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ, ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ଶାହା ଆଲାମ ଖାଁ ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଉତ୍ୟେକ୍ତ ଲୋକମାନେ ଏସଡିପିଓଙ୍କ କଥାକୁ ନମାନି ନ୍ୟାୟ ଅପେକ୍ଷାରେ ରାଜରାସ୍ତାରେ ବସିରହିଥିଲେ ।
