ନିର୍ଦ୍ଦୋଷରେ ଖଲାସ ହେଲେ ଶୁଭ୍ରଜିତ ପଣ୍ଡା
ଗଣିଆ(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକସ୍ଥିତ କିଶୋର ପ୍ରସାଦ ପଞ୍ଚାୟତ କିଶୋରପ୍ରସାଦ ଗ୍ରାମର ଶୁଭ୍ରଜିତ
ପଣ୍ଡା(ବୁଲୁ) ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ନାୟଗଡ ଜିଲ୍ଲା ଜଜ୍ କୋର୍ଟ । ଗତ ୨୦୨୩ମସିହାରେ ଜଣେ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ପରିବାର ଲୋକେ ଗଣିଆ ଥାନାରେ ଅଭିଯୋଗ କରି ଥାନାରେ ଏତେଲା ଦେଇଥିଲେ । ଏତେଲାକୁ ଭିତ୍ତିକରି ଗଣିଆ ଥାନା ତରଫରୁ ଏକ ମାମଲା ଚାଲୁ ରହିଥିଲା । ଦୀର୍ଘ ତିନି ବର୍ଷ ସଂଗ୍ରାମ ପରେ ୧୭ ଜଣରୁ ଅଧୂକ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ନୟାଗଡ ପୋସ୍କୋ କୋର୍ଟ ମଙ୍ଗଳବାର ଦିନ ଶୁଭ୍ରଜିତ ପଣ୍ଡାଙ୍କୁ ନିଦୋଷରେ ଖଲାସ କରିଥିବା ଜଣାପଡିଛି । ତେବେ ସତ୍ୟର ଜୟ ହୋଇଥବା ଶୁଭ୍ରଜିତ କହିଥିବା ବେଳେ କିଛି ଖଳ ଲୋକଙ୍କ ପାଇଁ ରାଜନୈତିକ ଶତ୍ରୁତା ଏଥପାଇଁଦାୟୀ ବୋଲି ସେ କହିଛନ୍ତି । ଶୁଭ୍ରଜିତଙ୍କ ତରଫରୁ ନୟାଗଡ ଜିଲ୍ଲାଜଜ୍ କୋର୍ଟର ବରିଷ୍ଠ ଓକିଲ ଚର୍ତୁଭୂଜ ମହାଳିକ ମାମଲାକୁ ପରିଚାଳନା କରୁଥିଲେ | ଏଇ ଖବର ପାଇବା ପରେ
ସତ୍ୟର ଜୟ ହୋଇଛି ବୋଲି ଶୁଭ୍ରାଜିତ କହିଛନ୍ତି ।
