ନିର୍ବନ୍ଧ କଲେ କି ଉର୍ଫି ?
ସର୍ବଦା ନିଜ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ସେ ଭୟ ନ କରି ଯାହା କରିବାକୁ ଠିକ୍ ଭାବନ୍ତି, ତାହା ହିଁ ସେ କରିଥାନ୍ତି । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କୁ ନାପସନ୍ଦ ମଧ୍ୟ କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି ।
ଭାଇରାଲ ହେଉଥିବା ଏହି ଫଟୋକୁ ଉର୍ଫିଙ୍କର ଭଉଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋଗୁଡିକରେ ଉର୍ଫି ହୋମକୁଣ୍ଡ ନିକଟରେ ବସିଥିବା ନଜର ଆସିଛନ୍ତି । ପୂଜା ଚାଲିଥିବା ବେଳେ ତାଙ୍କ ସହ ଜଣେ ମିଷ୍ଟ୍ରି ମ୍ୟାନ୍ ମଧ୍ୟ ଅଛନ୍ତି । ସେହି ବ୍ୟକ୍ତିଙ୍କ ଚେହେରା ଦେଖାଯାଉନାହିଁ । ଫଟୋରେ ଉର୍ଫି ଆଙ୍ଗୁଠିରେ କିଛି ପିନ୍ଧିବା ଭଳି ମନେ ହେଉଛି । ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହାକୁ ଦେଖି ସୋସିଆଲ ମିଡିଆରେ ତାଙ୍କ ନିର୍ବନ୍ଧ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ ହୋଇଯାଇଛି ।
ଏହି ଫଟୋ ଗୁଡ଼ିକରେ, ଉର୍ଫି ଏକ କଳା ସୁଟରେ ଅଛନ୍ତି ଏବଂ ତାଙ୍କ କପାଳରେ ଏକ ଦୁପଟା ଅଛି। ଏହି ଭାଇରାଲ୍ ଫଟୋ ଗୁଡ଼ିକରୁ ଗୋଟିଏ କଥା ସ୍ପଷ୍ଟ ଯେ ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ନିର୍ବନ୍ଧ ହୋଇଥିଲା। ଏହି ଫଟୋ ଗୁଡ଼ିକ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଉର୍ଫି ଜାଭେଦଙ୍କ ଏହି ଫଟୋ ଉପରେ କମେଣ୍ଟର ବର୍ଷା ସୃଷ୍ଟି ହୋଇଛି। ଲୋକମାନେ ଏହି ପୋଷ୍ଟରେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ଅଭିନେତ୍ରୀ ଉର୍ଫି କେତେବେଳେ କୁରକୁରେ ପ୍ୟାକେଟ୍ ତ ଆଉ କେତେବେଳେ ମୋବାଇଲ, ବ୍ଲେଡ,ପାନିଆ ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ । ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ସେୟାର ବି କରିଥାନ୍ତି ।
