ନିଶାଦ୍ରବ୍ୟ ବ୍ୟବହାର ଓ କୁପରିଣାମ ଉପରେ ସଚେତନତା ସଭା ଅନୁଷ୍ଠିତ

ଆଠଗଡ଼ ୦୬/୦୭ (ମାନସ ରଞ୍ଜନ ସାହୁ) ଅବକାରୀ ବିଭାଗ ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପାରିଣାମ ବିଷୟରେ ସଚେତନତା ନିମନ୍ତେ ଏକ ସଚେତନତା ରଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଶୁଭାରମ୍ଭ କରାଯିବା ସହ ଉପଜିଲ୍ଲାପାଳ ଆଠଗଡଙ୍କ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ନିଶା ନିବାରଣ, ବିଭିନ୍ନ ମାଦକ ଦ୍ରବ୍ୟ ବ୍ୟବହାର କୁ ପରିଣାମ ଏବଂ ଏହାଠାରୁ ଜନ ସାଧାରଣ କିପରି ଭାବରେ ଦୁରେଇ ରହିବେ ଏହାଥିଲା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଆଜିର ଏହି ସଚେତନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଧୀକ୍ଷକ ଜିଲ୍ଲା ଅବକାରୀ ବିଭାଗ ଶ୍ରୀ କରୁଣା କର ତିୱାରୀ କହିଲେ ଯେ ଯୁବ ପୀଢ଼ି ମାନେ ନିଶା ସେବନ ଠାରୁ ଦୁରେଇ ରହି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମାଜକୁ ନିଶା ସେବନରୁ ଦୁରେଇ ରଖିବା ପାଇଁ ପ୍ରୟାସ କରିବା । ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ଆଠଗଡ ଶ୍ରୀ କୁଞ୍ଜ ବିହାରି ବଡ଼ଜେନା, ତହସିଲଦାର ତିଗିରିଆ ଶ୍ରୀ ଅକ୍ଷୟ ପରିଡା, ତହସିଲଦାର ବଡମ୍ବା ଶ୍ରୀ ଶାସ୍ୱତ ରଞ୍ଜନ ଦାଶ, ତହସିଲଦାର ନରସିଂହପୁର ଶ୍ରୀ ବିଶ୍ୱରଂଜନ ବିଶ୍ୱାସ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ନିଜର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିବାବେଳେ ସହକାରୀ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ବେହେରା ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ ।

You might also like