ନିଶା ଚାଲିଗଲେ ବୋଲି ହଙ୍ଗାମା କଲେ ଦର୍ଶକଙ୍କ, ଚେୟାର ଫୋପାଡିଲେ
ଷ୍ଟେଜ୍ ଉପରକୁ ଚୌକି ଫିଙ୍ଗିବା ସହ ହୋହାଲ୍ଲା କରିଥିଲେ ଦର୍ଶକ । ବୁଝାସୁଝା କରିବା ପରେ ପରିସ୍ଥତି ଶାନ୍ତ ପଡ଼ିଥିଲା ।ମଙ୍ଗଳବାର କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା। ଏହି ସମୟରେ ନିଶା ମହାରଣା କରିଥିଲେ ଷ୍ଟେଜ ଉପରକୁ ଏଣ୍ଟ୍ରି। ଯାହାକୁ ଦେଖି ଦର୍ଶକଙ୍କ ମନ ଖୁସି ହୋଇଯାଇଥିଲା।
ନିଶା ମହାରଣା ମଧ୍ୟ ଦର୍ଶକଙ୍କୁ ଖୁସି କରିବା ପାଇଁ କରିଥିଲେ ଆଇଟମ ଡ୍ୟାନ୍ସ। ତାଙ୍କ ଠୁମୁକା ଦେଖି ଦର୍ଶକ ନେଉଥିଲେ ମଜା। ନିଶାଙ୍କ ଆଇଟମ ଡ୍ୟାନ୍ସର ତାଳେତାଳେ ଝୁମୁଥିଲେ ଦର୍ଶକ।ଏହି ସମୟରେ ନିଶାଙ୍କର ଆଇଟମ ଡ୍ୟାନ୍ସ ସରି ଯାଇଥିଲା। ସେ ମଞ୍ଚ ଉପରୁ ପଳାଇ ଯାଇଥିଲେ। । ଯାହାକୁ ନେଇ ହୋହାଲ୍ଲା କରିଥିଲେ ଦର୍ଶକ।
