ନିୟମ ନଥିବା ସତ୍ୱେ ଆଦାୟ ହେଉଛି ଟୋଲ ।ଟ୍ରକ ଆସୋସିଏସନ ନାଁରେ ଚାଲିଛି ଅର୍ଥ ଆଦାୟ।

ନିୟମ ନଥିବା ସତ୍ୱେ ଆଦାୟ ହେଉଛି ଟୋଲ ।ଟ୍ରକ ଆସୋସିଏସନ ନାଁରେ ଚାଲିଛି ଅର୍ଥ ଆଦାୟ।ପୁରୀ କୁ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଆସୁଛି ଟ୍ରକ ,ବ୍ୟବସାୟିକ ହେଉ / ବ୍ୟକ୍ତିଗତ ହେଉ ଏଥିପାଇଁ ଆଦାୟ କରୁଛନ୍ତି ଅର୍ଥ। ଟ୍ରକ ଆସୋସିଏସନ ନାଁ ରେ ରସିଦ କରାଯାଇ ଏପରି କରାଯାଉଛି ,ଏହା କରିବା ପାଇଁ କୋଉଠି ବି ନିୟମ ନାହିଁ ।ଏହା ସମ୍ପୂର୍ଣ୍ଣ ଭାବେ ଆଇନ ବିରୋଧୀ ଏବେ ଖୋର୍ଦ୍ଧା ଅଞ୍ଚଳ ରେ ସେମିତି ନ କରିବା ପାଇଁ କୋର୍ଟ ଆଦେଶ ଦେବା ପରେ ଏ ସବୁ ବନ୍ଦ ହେଇଛି କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏ ବିଷୟରେ ପୁରୀ ରେ କେହି ଶୁଣୁ ନାହାନ୍ତି, କାଠପୋଲ ନିକଟରେ ଟ୍ରକ ସଙ୍ଘ ତରଫରୁ ଏକ ରସିଦ କଟାଯାଉଛି ଓ ଏହାର ସମସ୍ତ ଅର୍ଥ ସରକାର ଙ୍କୁ ଆସୁଛି ନା କାହାର ପକେଟ କୁ ଯାଉଛି?ଚନ୍ଦନପୁର ପୋଲିସ ମଧ୍ୟ ଏହି ବେଆଇନ କାମକୁ ରୋକୁ ନାହିଁ ।

ଭଲସେ ଦେଖନ୍ତୁ ଏହି ରସିଦ ରେ ନା ଅଛି ରେଜିଷ୍ଟ୍ରେସନ ନମ୍ବର, ନା ଅଛି ସ୍ୱୀକୃତି ର ପରିଚୟ ପତ୍ର, ଏମିତି ହେଲେ ଯିଏ ଚାହିଁବ ସେ ଆଦାୟ କରିପାରିବ,ଗୁଣ୍ଡା, ବଦମାସ ଏହା ମଧ୍ୟ ଆଦାୟ କରିପାରନ୍ତି ପୋଲିସ ର ନଜରକୁ ଆସିଲେ ମଧ୍ୟ ହୁଏ ତ କିଛି ଦେଇଦେଉଥିବେ ବୋଲି ସାଧାରଣ ରେ ଚର୍ଚ୍ଚା ହଉଚି ଆମ ଆଦମୀ ପାର୍ଟି ଏହାକୁ ବରଦାସ୍ତ କରିବ ନାହିଁ, ଏହା ସମ୍ପୂର୍ଣ ବେଆଇନ, ଏହି କାମରେ ଯିଏ ଯିଏ ଲିପ୍ତ ଥିବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କୁ ଅନୁରୋଧ ।ଜିଲ୍ଲାପାଳ ମଧ୍ୟ ଆସୋସିଏସନ କୁ ଜଣେଇଦେବା ଆବଶ୍ୟକ ଯେ ଏ ପ୍ରକାର ଅର୍ଥ ଆଦାୟ କ୍ଷମତା ଆସୋସିଏସନ ର ନାହିଁ ଏହା ପୁରୀ ର ସାମର୍ଥ୍ୟ ଓ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଆରକ୍ଷୀ ଅଧିକ୍ଷକ ମଧ୍ୟ ତଦନ୍ତ କରିବା ଦରକାର ଯେ ଚନ୍ଦନପୁର ଆଇ.ଆଇ.ସି ଙ୍କ ଏଥିରେ କିଛି ଭୂମିକା ଅଛି କି ନାହିଁ, ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଜିଲ୍ଲା ପ୍ରଶାସନ କୁ ଧ୍ୟାନ ଦେବାକୁ ଅନୁରୋଧ କରିଛି ଆମ ଆଦମୀ ପାର୍ଟି ପୁରୀ ଜିଲ୍ଲା ଏହି ବେଆଇନ ଅର୍ଥ ଆଦାୟ କୁ ତୁରନ୍ତ ବନ୍ଦ କରିବା ଦରକାର।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like