ନୂଆ ପାଟଣାରେ ଅଳଙ୍କାର ଦୋକାନ ଜଗୁଆଳିଙ୍କୁ ଆକ୍ରମଣ କରି ୩ ଜଣ ଅଭିଯୁକ୍ତ ଗିରଫ।

ତିଗିରିଆ ୦୫/୦୬ (ମାନସ ରଞ୍ଜନ ସାହୁ) ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବଜାରସ୍ଥିତ ନ୍ୟୁ ଅନ୍ତର୍ଯ୍ୟାମୀ ଅଳଙ୍କାର ଦୋକାନରୁ ଚୋରୀ କରିବାକୁ ରାତିରେ ୩ଜଣ ଚୋର ଆସିଥିଲେ । ଦୋକାନର ରାତ୍ର ଜଗୁଆଳି ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମର ନରେଶ ନାୟକ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ସେମାନେ ନରେଶଙ୍କୁ ମାଡ଼ ମାରୁଥିବା ବେଳେ ଦୋକାନର ଅନ୍ୟ ଜଣେ ସୁରକ୍ଷାକର୍ମୀ ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଆକ୍ରମଣରେ ନରେଶ ଗୁରୁତର ଆହତ ହୋଇଥିବା ବେଳେ ଏ ନେଇ ସେ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ତିଗିରିଆ ଥାନା ପୋଲିସ (୧୦୫/୨୫) ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତିଗିରିଆ ଆଇଆଇସି ସମରେନ୍ଦ୍ର ପାଇକରାୟଙ୍କ ନେତୃତ୍ବରେ ଏସ୍.ଆଇ ପ୍ରିୟଦର୍ଶିନୀ ଇପ୍ସିତା, ଏସ୍.ଆଇ ବିଶ୍ବଜିତ ଜେନା, ଏଏସ୍‌ଆଇ ବିକାଶ ରଞନ ବିଶ୍ବାଳ ପ୍ରମୁଖ ବେଲଅଣ୍ଟା ଗ୍ରାମରେ ଚଢ଼ଉ କରିଥିଲେ। ୩ଜଣ ଅଭିଯୁକ୍ତ ମାଧବ ମଲ୍ଲ (୪୭), ସୁଶାନ୍ତ ରାଉତ ଓ ଚିନ୍ମୟ କୁମାର ନାୟକ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତିଗିରିଆ ଥାନା ପକ୍ଷରୁ ସୂଚନା ମିଳିଛି।

You might also like