ନୂତନ ପାଠ୍ୟ ପୁସ୍ତକ ସଂଚାଳନ ନିମନ୍ତେ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଗଣିଆ, (ବିଶ୍ୱରଂଜନ ସେଠି .) ଚଳିତ ବର୍ଷ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୂତନ ଶିକ୍ଷା ନୀତି ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ କରିଥିବା ବେଳେ ଏହାର ପ୍ରତ୍ୟକ୍ଷ ସଂଚାଳନ ନିମନ୍ତେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଳକ ସମଗ୍ର ଶିକ୍ଷା ଆନୁକୂଲ୍ୟରେ କିଶୋର ଚନ୍ଦ୍ର ପିଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ୫ ଦିନଆ ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇଯାଇଛି । ଏଡି ଶିବିରକୁ ଗତ ୩ତାରିଖ ଦିନ ବ୍ଳକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଆନୁଷ୍ଠାନିକଭାବେ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିଆରସିସି ବିନୋଦିନୀ ପଣ୍ଡା, ଏବିଇଓ ନିରୁପମା ମହାପାତ୍ର ଓ ରବୀନ୍ଦ୍ର କୁମାର ବେହେରା ଯୋଗଦାନ କରିଥିଲେ । ନୂତନ ଶିକ୍ଷା ନୀତି ଅନୁସାରେ ପିଲାମାନେ କିଭଳି ସରଳ ଭାବରେ ପାଠ ପଢି ପାରିବା ସହିତ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଅନ୍ୟାନ୍ୟ ଶିକ୍ଷା ଯଥା କ୍ରୀଡ଼ା, କମ୍ପୁଟର, କଳା, ବୃତିଗତ ଶିକ୍ଷା ପ୍ରଦାନ କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକଭାବେ ଶିକ୍ଷକ ପ୍ରସାନ୍ତ କୁମାର ପାଣିଗ୍ରାହୀ, ସୁଶାନ୍ତ କୁମାର ରଣା, ଓ କିଶୋର କୁମାର ପଣ୍ଡା ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ବିଆରସିସି ବିନୋଦିନୀ ପଣ୍ଡା ଯୋଗଦାନ କରିଥିବାବେଳେ ଉକ୍ତି ଶିବିରରେ ୮୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ନେଉଥିଲେ ।