ପଞ୍ଜାବୀ ସିଙ୍ଗର Gippy Grewalଙ୍କ ବଙ୍ଗଳାରେ ଫାୟାରିଂ,ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ ଦାବି କରିଛି

ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ା ସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି।ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳି ଚଳାଇଥିବା ଦାବି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏହା କୁହାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜାବୀ ଗାୟକଙ୍କ ଠାରୁ ଏ ବିଷୟରେ କୌଣସି ସୂଚନା ମିଳିନାହିଁ।ଲରେନ୍ସ ଗ୍ୟାଙ୍ଗ ତରଫରୁ ଏକ ଫେସବୁକ ପୋଷ୍ଟରେ ଏହା ଲେଖାଯାଇଛି – ହଁ ଲରେନ୍ସ ବିଶ୍ନୋଇ ଗ୍ରୁପ ଭାନକୋଭରର ହ୍ବାଇଟ ରକ ଅଞ୍ଚଳରେ ଜିପି ଗ୍ରଓ୍ବାଲଙ୍କ ବଙ୍ଗଳା ଉପରେ ଗୁଳି ଚଳାଇଛି। ସଲମାନ ଖାନଙ୍କୁ ଭାଇ ଭାଇ ପାଗଳ ହଉଛ । ତୁମକୁ ବଞ୍ଚାଇବା ପାଇଁ ତୁମର ଭାଇଙ୍କୁ କୁହ, ତୁମକୁ ସାହାଯ୍ୟ କରିବାକୁ ଆସିବେ , କିନ୍ତୁ ତୁମକୁ ଆମଠାରୁ କେହି ରକ୍ଷା କରିପାରିବେ ନାହିଁ।ଏହି ପୋଷ୍ଟରେ ଏହା

ଆହୁରି ଲେଖାଯାଇଥିଲା ସିଦ୍ଧୁ ମୋସେୱାଲାଙ୍କ ମୃତ୍ୟୁପରେ ତୁମେ ବହୁତ ଅଧିକ କାର୍ଯ୍ୟ କରିଥିଲ, ତୁମେ ଜାଣିଥିଲ ତାଙ୍କ ସହ କେତେ ଅପରାଧୀଙ୍କ ସହ ସମ୍ପର୍କ ଅଛି। ତୁମେ ମଧ୍ୟ ଆମ ଟାର୍ଗେଟ କୁ ଆସିଛ , ବର୍ତ୍ତମାନ ଜାଣିବ ଏହାର ପରିଣାମ। ତୁମେ ଏବେ ଟ୍ରେଲରକୁ ଦେଖିଛ ଏବଂ ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ, ପ୍ରସ୍ତୁତ ହୁଅ । କୌଣସି ଦେଶରେ ମୃତ୍ୟ ଆସିପାରେ |

Leave a comment