ପଣା ସଂକ୍ରାନ୍ତି ଏବଂ ଓଡିଶା ର ନବ ବର୍ଷ ର ଆରମ୍ଭ ରେ ଖୋଲିଗଲା ନୂଆ ପାଞ୍ଜି।
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ।ଓ ଓଡ଼ିଆ ନବବର୍ଷ। ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହେଵ ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜପଣ୍ଡା ସେବାୟତଙ୍କ ଦ୍ୱାରା ଆଞ୍ୟାମାଳ ପ୍ରଦାନ କରାଯିବ ।

ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ । ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପରାକୁ ରକ୍ଷା ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା, ପଣା ଓ ଛତୁଆ ଭୋଗ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖରିତ ଥାଏ ଶ୍ରୀକ୍ଷେତ୍ର। ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀକ୍ଷେତ୍ରରେ ଥିବା 50ରୁ ଉର୍ଦ୍ଧ୍ବ ଜାଗା ଆଖଡାରେ ଆଜି ଦିନକୁ ବେଶ୍ ଆଡମ୍ବର ସହ ପାଳନ କରାଯାଇଥାଏ। ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂତନ ବସ୍ତ୍ର ପରିଧାନ କରି ମାଟିକୁସ୍ତି ସହ ମଲ୍ଲବିଦ୍ୟା,ବ୍ୟାୟମ କରିଥାନ୍ତି। ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଛି ପୁରୀରୁ ପ୍ରକାଶ କାଣ୍ଡି
