ପରଲୋକରେ ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ ଫେମ୍ ଇନ୍ସପେକ୍ଟର ଫ୍ରେଡେରିକ୍ସ ।
ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ୫୭ ବର୍ଷ ବୟସରେ ଦିନେଶ ଫଡନିସଙ୍କ ଦେହାନ୍ତ ହୋଇଛି। ବିଳମ୍ୱିତ ରାତିରେ କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୁହାଯାଉଛି ଯେ, ମଲ୍ଟି ଅର୍ଗାନ ଫେଲ୍ ହେତୁ ୫୭ ବର୍ଷୀୟ ଦିନେଶ ଫଡନିସଙ୍କର ମୃତ୍ୟୁ ହୋଇଛି ।ଟିଭି ଶୋ ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଥିଲେ। ୧୯୯୮ରେ ସିଆଇଡି ଶୋ’ଆରମ୍ଭ ହେବା ଦିନରୁ ଦୀନେଶ ସେଥିରେ ଜଡିତ ଥିଲେ। ସିଆଇଡି ର ଦୁଇ ଦଶନ୍ଧି ଯାତ୍ରା ସମୟରେ ସେ ସବୁବେଳେ ଶୋ’ରେ ଦେଖାଦେଇଥିଲେ। ସେ ଏହି ଶୋ’ରେ ୨୦ ବର୍ଷ କାମ କରିଛନ୍ତି ଏବଂ ତାଙ୍କ ଚରିତ୍ର ସହିତ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଥିଲେ।
