ପାକିସ୍ତାନର ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ବାଦଶାହ ?

ବଲିଉଡ୍‌ର ରାପର ବାଦଶାହ । ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ମୃଣାଳ ଠାକୁରଙ୍କ ସହ ନାମ ଯୋଡା ହୋଇଥିଲା। ଏବେ ପୁଣି ଥରେ ଆଉ ଜଣେ ଅଭିନେତ୍ରୀକୁ ନେଇ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି । ବାଦଶାହଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ଜଡିତ ଅଛି।ଯେତେବେଳେ ରାପର୍‌ ଦୁବାଇରେ ଥିଲେ, ସେଠାରେ ସେ ଅଭିନେତ୍ରୀଙ୍କୁ ଭେଟିଥିଲେ।

ଅଭିନେତ୍ରୀ ସେମାନଙ୍କ ସୋସିଆଲ ମିଡିଆରେ ଏକାଠି ବୁଲୁଥିବା ଅନେକ ଫଟୋ ଏବଂ ଭିଡିଓ ଶେୟାର କରିଥିଲେ ଏବଂ ଶୀଘ୍ର ଏହି ଫଟୋଗୁଡ଼ିକ ଭାଇରାଲ ହେଲା। ଦୁହେଁ ଡେଟିଂ କରୁଛନ୍ତି କି ନାହିଁ ଇଣ୍ଟରନେଟରେ କଳ୍ପନାଜଳ୍ପନା ଚାଲିଥିଲା। କିଛି ପ୍ରଶଂସକ ସେମାନଙ୍କ ଫଟୋ ଉପରେ ମନ୍ତବ୍ୟ ଦେଉଛନ୍ତି ଯେ ଦୁହେଁ ଏକାଠି ସୁନ୍ଦର ଦେଖାଯାଉଛନ୍ତି। କେହି କେହି ଲେଖିଛନ୍ତି ଯେ ଉଭୟ ମଧ୍ୟ ଭଲ ବନ୍ଧୁ ହୋଇପାରନ୍ତି ।

Leave a comment