ପାନାବେଡା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ
ଚନ୍ଦାହାଣ୍ଡି – ତା ୧୨/୦୧( ନି:ପ୍ର ) ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଆଜି ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି l ଯୁବ ମାନସର ପ୍ରତୀକ ଜଣେ ସ୍ୱାମୀ ବିବେକାନନ୍ଦ ସ୍ୱାମୀଙ୍କ ଜନ୍ମ ଦିନକୁ ଆଜି ସମଗ୍ର ଭାରତ ଜାତୀୟ ଯୁବ ଦିବସ ରୂପେ ପାଳନ କରି ଆସୁଥିବା ବେଳେ ଆଜି ପାନାବେଡା ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାସମାରୋହରେ ପାଳନ କରିଥିଲେ l ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ର ଅଧ୍ୟାପକ ଡଃ ଦିଲ୍ଲୀପ କୁମାର ଲେଙ୍କା, ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର, ଇତିହାସ ଅଧ୍ୟାପକ ମକର ନାୟକ, ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ, ଅର୍ଥନୀତି ଅଧ୍ୟାପିକା ରିତାରାଣୀ ବାଘ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଜାତୀୟ ଯୁବ ଦିବସ ଅଵସରରେ ଆଜି ମଞ୍ଚାସିନ ଅତିଥି ବୃନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବା ସହ ନିଜକୁ ଏକ ଯୁବ ପ୍ରତିଭାର ପରିଚୟ ରେ ଗଢ଼ି ତୋଳିବାକୁ ସଂକଳ୍ପ କରି ଆଗକୁ ବଢିବାକୁ ନିଜ ନିଜ ଅଭିଭାଷଣମାନ ପ୍ରଦାନ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିବେକାନନ୍ଦ ଙ୍କ ଜୀବନୀ, ବାଣୀ ଉପରେ ବକ୍ତୃତା, ପ୍ରବନ୍ଧ, ପ୍ରତିଯୋଗିତା କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ କିରାଣୀ ହରିଶ୍ଚନ୍ଦ୍ର ସାହୁ, ସେମନ ଲାଲ ସାହୁ, ଦେଓ ଶରଣ ସାହୁ ସମେତ ଅନେକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l
