ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡ଼ାଲ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଗଣିଆ -( ବିଶ୍ୱରଂଜନ ସେଠି): ଗଣିଆ ସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ମିନି ଷ୍ଟାଡିୟମ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ , ସମ୍ମାନିତ ଅତିଥି ଭାବେ ଫକିର ମୋହନ ଡାକୁଆ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମିର କୁମାର ସାହୁ ,ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକ ପବିତ୍ର ବେହେରା ମହେଶ୍ୱର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତସେଠୀ ନିଜ ବକ୍ତବ୍ୟରେ ଛାତ୍ର ଜୀବନରେ କ୍ରୀଡାର ଅମୂଲ୍ୟ ଭୂମିକା ରହିଛି ବୋଲି କହିବା ସହ ଏହି କ୍ରୀଡା ଉତ୍ସବ ଶିଷ୍ଟାଚାର ଓ ସଫଳତାର ପଥ ବୋଲି କହିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିଜ ବକ୍ତବ୍ୟରେ ଏହି କ୍ରୀଡା ଉତ୍ସବକୁ ପ୍ରତିଭାର ମଞ୍ଚ ବୋଲି କହିବା ସହ ଏହି ଉତ୍ସବ ଶିକ୍ଷା ସହ ସ୍ୱାସ୍ଥ୍ୟର ସମନ୍ୱୟ ବୋଲି କହିଥିଲେ ।

ସଭା ପୂର୍ବରୁ ସକାଳ ୮ଘଣ୍ଟା ସମୟରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ ମଲ୍ଲଙ୍କ ନେତୃତ୍ୱରେ ବିଦ୍ୟାଳୟରୁ ନଗର ପରିକ୍ରମା କରି ସ୍ଥାନୀୟ ରଘୁନାଥ ଜୀଉମନ୍ଦିରରୁ ମଶାଳ ଶୋଭାଯାତ୍ରା ବାହାରିଥିଲା । ବାର୍ଷିକ ବିବରଣୀ ପଠନ ସହ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କ୍ରୀଡା ଉତ୍ସବରେ ଦୌଡ, ସଟଫୁଟ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ ଚେୟାର, ସ୍ଲୋ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।