ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ
ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ଲଢ଼ିବି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା । ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ । ଲୋକଙ୍କ ସହ ମିଶୁଛୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ଆମ ପାଖରେ ଶକ୍ତି, ସଂଗଠନ ଓ ପଇସା ଅଛି, ଲଢିବୁ ଜିତିବୁ ।
