ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ

ପୁରୀ :୦୬.୦୫.୨୫ ପୁରୀରେ ଏନଏସଜିର ସ୍ୱତନ୍ତ୍ର ଟିମ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏନଏସଜି ର ଟିମ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ।ଗତକାଲି ଏହି ଟିମ ଦେଢ଼ ଘଣ୍ଟା ଧରି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ।ଆଗାମୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ।ଏନଏସଜିର ଗସ୍ତ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଅନେକ ଗୁରୁତ୍ବ ବହନ କରୁଛି।ଜିଲ୍ଲା ଓ ରାଜ୍ୟ ପୋଲିସ ପ୍ରଶାସନ ଏନଏସଜି ଟିମ୍ କୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ସଂପୂର୍ଣ୍ଣ ସହଯୋଗ କରିବା ସହ ଜିଲ୍ଲା ପୋଲିସ ପ୍ରଶାସନ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥା ନେଇ ରୁଟିନ୍ ଯାଞ୍ଚ କରିଥାଏ ଚଳିତ ବର୍ଷ ଜାମ୍ମୁ କାଶ୍ମୀର ପହେଲଗାମ୍ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଦେଶର ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଉଛି।ପୁରୀ ଚାରି ଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହୋଇଥିବାବେଳେ ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗତ କାଲି ଠାରୁ ଏନ.ଏସ.ଜି ଟିମ୍ ପୁରୀରେ ଅଛନ୍ତି।

ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ଭକ୍ତ ,ପର୍ଯ୍ୟଟକ ,ସାଧାରଣ ଜନତା ଓ ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି
ଏନଏସଜି ଟିମ୍ ପକ୍ଷରୁ ଏହି ଯାଞ୍ଚ କରାଯାଇଛି।ଏନଏସଜି ଅଧିକାରୀଙ୍କ ନେତୃତ୍ବରେ ଏହି ଟିମ ଉଭୟ ଶ୍ରୀମନ୍ଦିର ବାହ୍ୟ ଓ ଆନ୍ତଃ ପାର୍ଶ୍ଵ ସୁରକ୍ଷା ବ୍ୟବସ୍ଥାର ଟିକି ନିଖି ଅନୁଧ୍ୟାନ କରିଥିଲେ।ବିଶେଷ କରି ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ତତ୍ ସଂଲଗ୍ନ ସାହି ଗୁଡ଼ିକର ଦ୍ରଘ୍ୟ ଓ ପ୍ରସ୍ଥ , କେଉଁ କେଉଁ ସ୍ଥାନରେ ୱାଚ୍ ଟାୱାର ଥିଲା,ପୁରୀକୁ ପ୍ରବେଶ ପଥ,ଶ୍ରୀମନ୍ଦିର ଭିତରେ ଓ ବାହାରେ ଏକ କାଳୀନ କେତେ ଭକ୍ତ ଜମା ହୁଅନ୍ତି,ଶ୍ରୀମନ୍ଦିର ଆନ୍ତଃ ଓ ବାହ୍ୟ ପରିକ୍ରମା ମାର୍ଗରେ ସାଧାରଣ ଦିନ ଓ ରଥଯାତ୍ରା ସମୟରେ କେତେ ଲୋକେ ରୁଣ୍ଡ ହୋଇଥାନ୍ତି,ଶ୍ରୀମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ସେ ସବୁର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।ଏହି ଟିମ ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ଆଜି ପୁରୀ ଏସପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି।ଏହି ଟିମ ସିଂହଦ୍ଵାର ସମ୍ମୁଖ ଦର୍ଶନ ବ୍ଯବସ୍ଥା, ଭେଟମଣ୍ଡପ ସମ୍ମୁଖ ମେଘନାଦ ପାଚେରୀ ନିକଟ ଅଞ୍ଚଳ, ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦି ଯାଞ୍ଚ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସା ତଦାରଖ କରିଥିଲେ। ଶ୍ରୀମନ୍ଦିର ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏନ.ଏସ.ଜି ପକ୍ଷରୁ ରୁଟିନ ୱାର୍କ ଭାବେ ବିଭିନ୍ନ ସମୟରେ ସୁରକ୍ଷା ବ୍ଯବସ୍ଥା ତଦାରଖ କରାଯାଉଛି।
ବିଗତ ଅନେକ ବର୍ଷ ଧରି ଆତଙ୍କବାଦୀଙ୍କ ଟାର୍ଗେଟ ରେ ଶ୍ରୀମନ୍ଦିର ରହିଥିବା ନେଇ ଗୁଇନ୍ଦା ବିଭାଗ ର ରିପୋର୍ଟ ଦେଇସାରିଛି।ଅନ୍ୟପଟରେ ସାଂପ୍ରତିକ ପରିସ୍ଥିତି ରେ ଭାରତ ପାକ ମଧ୍ୟରେ ତିକ୍ତତା ଦେଖାଦେଇଛି ।ଏଭଳି ପରିସ୍ଥିତିରେ ଏନ୍.ସି. ଜି. ର ଏହି ଯାଞ୍ଚ ପ୍ରକ୍ରିୟା ଗୁରୁତ୍ଵ ବହନ କରୁଛି ।ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ ପ୍ଲାଟୁନ ଫୋର୍ସ ରହିଛନ୍ତି ।ଏଚ ଏଚ ଏମ ଡି ମେସିନ ଓ ଡି ଏଫ ଏମ ଡି ମେସିନ ମାଧ୍ୟମରେ ସୁରକ୍ଷା ଯାଞ୍ଚ ହେଉଛି ।ବିନୀତ ଅଗ୍ରୱାଲ,ପୁରୀ ଏସ୍ପି
ହେମନ୍ତ କୁମାର ପାଢ଼ୀ,ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ଏନ୍ଏସଜି ଟିମ୍ ପ୍ରୋମିନେଣ୍ଟ ପ୍ଲେସ ଲେ ଆଉଟ ମ୍ୟାପ,ଯଏଣ୍ଟ ଏକ୍ସରସାଇଜ,ଫାଷ୍ଟ ରେସ୍ପୋଣ୍ଡେଣ୍ଟ, ଆଦି ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି।ମନୋଜ କୁମାର ବଳୀୟାରସିଂ,ପୁରୀ

You might also like