ପୁରୀରେ ଦେବା ଦେବୀଙ୍କ ସହିତ ଜାଗାଘର ର ସମ୍ପର୍କ ଅତି ନିବିଡ।
ପୁରୀରେ ଦେବା ଦେବୀଙ୍କ ସହିତ ଜାଗାଘର ର ସମ୍ପର୍କ ଅତି ନିବିଡ। ନରେନ୍ଦ୍ରପୁଷ୍କରିଣୀ ( ବ୍ରହ୍ମାଯାଗା )ଯାଗାଘର ସହିତ ପ୍ରଭୁଙ୍କ
ଚନ୍ଦନଯାତ୍ରା ର ସମ୍ପର୍କ ଅତି ନିବିଡ଼।ଗ୍ରୀଷ୍ମ ରୁ ଆଶ୍ଵସ୍ତି ଲାଭ କରିବା ପାଇଁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଚାଲିଛି। ପ୍ରତିଦିନ ପଟୁଆର ରେ ନରେନ୍ଦ୍ର ପୁଷ୍କରିଣୀ ରେ ପହଞ୍ଚି ଚାପ ରେ ବିଜେ ହୋଇ ନୌକା ବିହାର କରୁଛନ୍ତି ମହାପ୍ରଭୁ। ଏହି ଅପୂର୍ବ ଲୀଳାକୁ ଦେଖିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ର ଚତୁର୍ପାଶ୍ୱ ରେ ପ୍ରବଳ ଭିଡ ହେଉଛି। ଏହି ସମୟରେ ଜନସାଧାରଣଙ୍କ ଆଖିରେ ନିଶ୍ଚୟ ପଡିଥିବ “ବ୍ରହ୍ମାଯାଗା”। ଆମ ପୁରୀ ର ସବୁଠାରୁ ବଡ଼ ସାହି କୁଣ୍ଢେଇବେଣ୍ଟ ସାହି ର ଏହା ଅନ୍ୟତମ ମେଳି।
ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ଯାତ ସହିତ ଏହି ଯାଗାଘର ର ସମ୍ପର୍କ ବହୁ ପୁରୁଣା। ନରେନ୍ଦ୍ର ପୁଷ୍କରିଣୀ ର ପୂର୍ବ ଦିଗରେ ଅବସ୍ଥିତ ବ୍ରହ୍ମାଯାଗା ଟି ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ କବି ପଣ୍ଡିତ ନରହରି ବ୍ରହ୍ମା ଙ୍କ ନାଁ ରେ ନାମିତ।ଅନ୍ୟ ଯାଗାଘର ପରି ଏଠାରେ ମଧ୍ୟ ପୂଜା ପାଉଛନ୍ତି ମହାବୀର। ଆଗରୁ ଏହି ଯାଗାଘର ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିଲା। ଯାତ୍ରା ପାଇଁ ପୁଷ୍କରିଣୀ ର ସର୍ବାଙ୍ଗ ଉନ୍ନତି ଓ ଯାତ୍ରା ସମୟରେ ଏହାର ସୁନ୍ଦରତା ରକ୍ଷା ଦାୟିତ୍ଵ ଏହି ଯାଗାଘର ଉପରେ ନ୍ୟସ୍ତ ଥିଲା।ଗଜପତିଙ୍କ ପରିବାର ଯେତେବେଳେ ଚନ୍ଦନ ଯାତ୍ରା ଦେଖିବାକୁ ଆସୁଥିଲେ, ସେତେବେଳେ ଏହି ଯାଗାଘର ଦାୟିତ୍ଵ ନେଇ ସମସ୍ତ ବ୍ୟବସ୍ଥା କରୁଥିଲା। ତେଣୁ ଚନ୍ଦନ ଯାତ୍ରା ର ଆଲୋଚନା ସମୟରେ ଏହି “ବ୍ରହ୍ମାଯାଗା” ର ଆଲୋଚନା କୁ ଏଡ଼ାଇ ହେବନାହିଁ।ଏଥର ଚନ୍ଦନ ଯାତ୍ରା ଦେଖିବାକୁ ଗଲେ “ବ୍ରହ୍ମାଯାଗା” କୁ ଦେଖି ମହାବୀର ଙ୍କ ଆଶୀର୍ବାଦ ନେବା ସହ ଆଗରୁ ନରେନ୍ଦ୍ର ପୁଷ୍କରିଣୀ ର ରକ୍ଷଣାବେକ୍ଷଣା ଓ ସୁରକ୍ଷା ଦାୟିତ୍ବରେ ଥିବା “ବ୍ରହ୍ମାଯାଗା”କୁ ଅନ୍ତରରୁ ଧନ୍ୟବାଦ ।ମନୋଜ କୁମାର ବଳୀୟାରସିଂ,ପୁରୀ
