ପୁରୀ ଜିଲ୍ଲା ରେ ନୂତନ ୪୦ ଗୋଟି ଗୃହରକ୍ଷୀ ପଦବୀ ପୂରଣ କରାଯିବ।

ଓଡିଶା ସରକାର ଗୃହ ବିଭାଗ ଚିଠି ସଂଖ୍ୟା ୧୫୭୭୮/ସିଡ଼ି
ତା ୧୫.୦୪.୨୦୨୫ ରିଖ ଅନୁଯାୟୀ ରାଜ୍ୟରେ ୨୫୦୦ ଗୋଟି ନୂତନ ଗୃହରକ୍ଷୀ ପଦବୀ ସୃଷ୍ଟି କରାଯାଇଅଛି । ସେଥିମଧ୍ୟରୁ ଶ୍ରୀମାନ ମହାସମାଦେଷ୍ଟା ଗୃହରକ୍ଷୀ ବାହିନୀ, ଓଡିଶା, କଟକଙ୍କ ଅଫିସ ଅର୍ଡର ନମ୍ୱର .୧୪୨୯/ଗୃହରକ୍ଷୀ ତା ୧୭.୦୪.୨୦୨୫ ଅନୁଯାୟୀ ପୁରୀ ଜିଲ୍ଲା ରେ ନୂତନ ୪୦ ଗୋଟି ଗୃହରକ୍ଷୀ ପଦବୀ (ଜେନେରାଲ)(ପୁରୁଷ ଓ ମହିଳା) ଚୟନ ନିମନ୍ତେ ଉପଯୁକ୍ତ ପାର୍ଥି ମାନଙ୍କ ଠାରୁ ନିର୍ଦ୍ଧାରିତ ଫର୍ମ ରେ ଦରଖାସ୍ତ ଆହ୍ୱାନ କରାଯାଉଅଛି।ଉକ୍ତ ଗୃହ ରଖି ଚୟନ ପରୀକ୍ଷା ଓଡିଶା ହୋମଗାର୍ଡ ଆକ୍ଟ ୧୯୬୧ ,ଓଡିଶା ହୋମଗାର୍ଡ ସ ରୂଲସ ୧୯୬୨ ଏବଂ ସରକୁଲାର ଅର୍ଡର ନମ୍ବର -୦୧/୨୦୨୫ଅନୁଯାୟୀ କାର୍ଯ୍ୟକାରି କରାଯିବ।ଆବେଦନ କାରୀ ନିର୍ଧାରିତ ଫର୍ମ (ଫର୍ମ-ଏ )ପୁରଣ କରି ସିଧାସଳଖ ଭାବେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପୁରୀ ଠାରେ ତା ୫.୫.୨୫ ରିଖ ଠାରୁ ତା୧୦.୫.୨୦୨୫ରିଖ ଅପରାହ୍ନ ସୁଧା ଦାଖଲ କରିବା ଆବଶ୍ୟକ।ନିର୍ଧାରିତ ତାରିଖ ପରେ ପହଞ୍ଚିଥିବା ଦରଖାସ୍ତ ଓ ଅସମ୍ପୂର୍ଣ୍ଣ ଦରଖାସ୍ତ କୁ ବିଚାର କୁ ନିଆ ଯିବ ନାହିଁ।ଯେଉଁ ଆବେଦନ କାରୀଙ୍କ ର ଡ୍ରାଇଭିଂ/କମ୍ପ୍ୟୁଟର/ଇଲେକ୍ଟ୍ରିସିଆନ/ମେକାନିକାଲ/କୁକ/ଲଣ୍ଡରି /ହେୟାର କଟିଙ୍ଗ ରେ ଅଭିଜ୍ଞତା ରହିଥିବ ଉକ୍ତ ଚୟନ ପରୀକ୍ଷା ରେ ଅଗ୍ରାଧିକାର ଦିଆଯିବ।ଯେଉଁ ଆବେଦନ କାରି ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ନିଜର ଆଵଶ୍ୟକ ଯୋଗ୍ୟତା ପ୍ରମାଣ କରିବାରେ ବିଫଳ ହେବେ ସେମାନ ଙ୍କୁ ଅଯୋଗ୍ୟ ବିବେଚିତ କରାଯିବ।ଏତଦବ୍ୟତୀତ ଚୟନ ପରୀକ୍ଷାରେ କୌଣସି ପ୍ରକାରରେ ସିଲେକ୍ସନ ବୋର୍ଡ଼ ଯଦି ଅନୁଭବ କରନ୍ତି କୋୖଣସି ପାର୍ଥିଙ୍କର ଗୃହରକ୍ଷୀ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ନାହିଁ ତେବେ ସେହି ପାର୍ଥିଙ୍କର ପାର୍ଥିତ୍ୱ ରଦ୍ଧ କରାଯିବ।ଆବେଦନ କାରି ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ସମସ୍ତ ବିବରଣୀ ଜାଣିବା ନିମନ୍ତେ ଜିଲ୍ଲା ଗୃହ ରଖି କାର୍ଯ୍ୟାଳୟ ପୁରୀ ତଥା ପୁରୀ ଜିଲ୍ଲାର ସମସ୍ତ ଥାନା ମାନଙ୍କ ନୋଟିସ ବୋର୍ଡ଼ ରେ ଉପଲବ୍ଧ ରହିଅଛି।ପ୍ରକାଶ ଥାଉକି ପୂର୍ବରୁ ପ୍ରକାଶ ପାଇଥିବା ନୋଟିସ ସଂଖ୍ୟା ୪୨/ଗୃହରକ୍ଷୀ ତା ୧୫.୨.୨୦୨୫ ଅନୁଯାୟୀ ପୁରୀ ଜିଲ୍ଲାରେ ୮୨ଗୋଟି ଗୃହରକ୍ଷୀ ପଦବୀ ନିମନ୍ତେ ବିଜ୍ଞାପନ ଦିଆଯାଇଥିଲା।ଯାହାର ଆବେଦନ ପ୍ରକ୍ରିୟା ନିର୍ଧାରିତ ତାରିଖ ଅନୁଯାୟୀ ସମାପ୍ତ ହୋଇଅଛି।ତେଣୁ ଯେଉଁ ଆବେଦନ କାରୀ ମାନେ ପୂର୍ବ ନୋଟିସ ଅନୁଯାୟୀ ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ଆବେଦନ କରିଥିବେ ସମ୍ପୃକ୍ତ ଆବେଦନ କାରି ଏହି ନୂତନ ୪୦ଗୋଟି ଗୃହରକ୍ଷୀ ପଦବୀ ଆବେଦନ ନିମନ୍ତେ ଗ୍ରହଣୀୟ ହେବେ ନାହିଁ।ତେଣୁ ଏହି ନୋଟିସ ଅନୁଯାୟୀ ଜଣାଇ ଦିଆଯାଉଅଛି ଯେ ପୁରୀ ଜିଲ୍ଲାରେ ସମୁଦାୟ ଗୃହରକ୍ଷୀ ପଦବୀ ସଂଖ୍ୟା (ପୂର୍ବରୁ ଖାଲି ଥିବା ଗୃହରକ୍ଷୀ ପଦବୀ ୮୨+ନୂତନ ୪୦)= ୧୨୨ । ମନୋଜ କୁମାର ବଳିୟାରସିଂ,ପୁରୀ

You might also like